୫ ବର୍ଷରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି ୧୪୭୨ ଜଣ
ବଜ୍ରପାତ ନେଇଛି ୧୪୭୨ ଜୀବନ । ରାଜ୍ୟରେ ୫ ବର୍ଷରେ ବଜ୍ରପାତରେ ୧୪୭୨ ଜଣଙ୍କ ଜୀବନ ଯାଇଛି । ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ସୁଦାମ ମାର୍ଣ୍ଡି । ସେହିପରି ୧୪୫ ଜଣ ବଜ୍ରପାତରେ ଆହତ ମଧ୍ୟ ହୋଇଛନ୍ତି । ବଜ୍ରପାତରେ ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳୁଛି ବୋଲି କହିଛନ୍ତି ।

ରାଜ୍ୟ ସରକାର ୨୦୧୬ ଜୁନ୍ ୧ ତାରିଖରୁ ବଜ୍ରପାତକୁ ଏକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ଏହସହ ଯଦି ବଜ୍ରପାତରେ କେହି ଆଖି କିମ୍ବା କୌଣସି ଅଙ୍ଗ ହରାଉଛନ୍ତି ସେମାନଙ୍କ ମଧ୍ୟ ସହାୟତା ରାଶି ଦିଆଯାଉଥିବା କହିଛନ୍ତି ମନ୍ତ୍ରୀ ।
ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି । ବଜ୍ରପାତରେ ପ୍ରାଣ ହରାଉଥିବା ଲୋକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳୁଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।












Click it and Unblock the Notifications