ଘାରିଲା ପ୍ରାକୃତିକ ସମ୍ପଦର ସୁରକ୍ଷା ଚିନ୍ତା, ଦେଓମାଳିରେ ଲାଗିଲା ୧୪୪ ଧାରା
ଏଥର ଆଉ କୋରପୁଟ ଦେଓମାଳିରେ କରିପାରିବେ ନାହିଁ ରାତ୍ରୀଯାପନ । ଜାରି ହେଲେ କଟକଣା । ଘାରିଲା ପ୍ରାକୃତିକ ସମ୍ପଦର ସୁରକ୍ଷା ଚିନ୍ତା । ଆଜିଠୁ ଦୁଇମାସ ପାଇଁ ଦେଓମାଳିରେ ଲାଗିଲା ୧୪୪ ଧାରା । ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ।
କୋରାପୁଟ: ଏଥର ଆଉ କୋରପୁଟ ଦେଓମାଳିରେ କରିପାରିବେ ନାହିଁ ରାତ୍ରୀଯାପନ । ଜାରି ହେଲେ କଟକଣା । ଘାରିଲା ପ୍ରାକୃତିକ ସମ୍ପଦର ସୁରକ୍ଷା ଚିନ୍ତା । ଆଜିଠୁ ଦୁଇମାସ ପାଇଁ ଦେଓମାଳିରେ ଲାଗିଲା ୧୪୪ ଧାରା । ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି । ଏହି ସମୟରେ କୌଣସି ପର୍ଯ୍ୟଟକ କିମ୍ବା ସ୍ଥାନୀୟ ଲୋକ ବିନାଅନୁମତିରେ ସେହି ସ୍ଥାନରେ ରହିପାରିବେ ନାହିଁ । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି ।

ସୂଚନା ଅନୁସାରେ, କିଛି ଦିନ ହେବ ଦେଓମାଳିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଜମୁଥିଲା ଲୋକଙ୍କ ଭଡ଼ । ଅନେକ ପର୍ଯ୍ୟଟକ ଏଠି ଟେଣ୍ଟ୍ ପକାଇ ରାତ୍ରୀଯାପନ କରିବା ପାଇଁ ପସନ୍ଦ କରୁଥିଲେ । ଏହାସହ ଫାୟାର କ୍ୟାମ୍ପର ମଧ୍ୟ ରହିଥିଲା ଚାହିଦା ଯାହାର ପ୍ରଭାବ ଦେଓମାଳିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ପଡୁଥିଲା । ତେବେ ପ୍ରାକୃତିକ ସମ୍ପଦ ଏବଂ ସୌନ୍ଦର୍ଯ୍ୟର ସୁରକ୍ଷା ପାଇଁ କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତର ଏହି ନିଷେଧାଦେଶ ଜାରି କରିଛନ୍ତି ।












Click it and Unblock the Notifications