କଡ଼ା ସୁରକ୍ଷାରେ ହନୁମାନ ଜୟନ୍ତୀ ପାଳନ:୧୪୪ ଧାରା ସତ୍ତ୍ୱେ ହେଉଛି ଶୋଭାଯାତ୍ରା
ସମ୍ବଲପୁର:ଆଜି ମହାବୀର ହନୁମାନଙ୍କ ଜୟନ୍ତୀ । ୧୪୪ ଧାରା ସତ୍ତ୍ୱେ ସମ୍ବଲୁପୁର ସହରରେ ବାହାରିବ ଶୋଭାଯାତ୍ରା । ବ୍ରୁଜପାଲ ସ୍ଥିତ ହନୁମାନ ମନ୍ଦିରରୁ ସଂଧ୍ୟାରେ ଭବ୍ୟ ଶୋଭାଯାତ୍ରା ବାହାରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅନ୍ୟ ପଡା ଗୁଡିକରୁ ମଧ୍ୟ ଶୋଭାଯାତ୍ରା ବାହାରିବ । ଏହି ସମୟରେ ପାରମ୍ପାରିକ ଲୋକ ନୃତ୍ୟ ପ୍ରଦର୍ଶନ କରାଯିବ ।
ତେବେ ଯେଉଁ ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେ ସମସ୍ତ ରାସ୍ତାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିନକ ତଳେ ସହରରେ ଅସାନ୍ତ ପରିସ୍ଥିତି ଉପୁଜିଥିବାରୁ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଗତକାଲି ସଂଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ, ଏସପି ଏବଂ ଆଇଜିଙ୍କ ଉପସ୍ଥିତିରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ ।

ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯିବା ସହ ଗତକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି ।
ସୂଚନାଥାଉ ଯେ, ବୁଧବାର ଦିନ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିବା ବେଳେ ପଥରମାଡ଼ ହୋଇଥିଲା । ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ଉପରକୁ ପଥର ମାଡ଼ ହୋଇଥିଲା । ଅନ୍ୟ ଏକ ଗୋଷ୍ଠୀର ପଥର ମାଡରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଯାହାପରେ ତେଜିଥିଲା ଉତ୍ତେଜନା । ତେବେ ଆକ୍ରମଣରେ ଆହତ ହୋଇଥିଲେ ଅତିରିକ୍ତ ଏସପି, ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୋଲିସ କର୍ମଚାରୀ ।
ସେହିପରି ୫୦ରୁ ଅଧିକ ବଜରଙ୍ଗ କର୍ମଚାରୀ ଆହତ ସୂଚନା । ସମ୍ବଲପୁରର ବିଭିନ୍ନ ସ୍ଥାନରେ ପୋଡାଜଳା ହୋଇଥିଲା । ସହରରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ଘଟଣାରେ ୪୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଉତ୍ତେଜନାକୁ ନଜରରେ ରଖି ସମ୍ବୱପୁର ସହରରେ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ ରାଉଲକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ଏପଟେ ଜୟପୁରରେ ଆଜିଠାରୁ ୧୪୪ ଧାରା ଜାରି ରହିଛି ।












Click it and Unblock the Notifications