ଆଜିଠୁ ଟ୍ୱିନ୍‌ ସିଟିରେ ନାଇଟ କର୍ଫ୍ୟୁ ସହ ୧୪୪ ଧାରା

ଟ୍ବିନ ସିଟିରେ ୧୪୪ ଧାରା । କଟକ- ଭୁବନେଶ୍ବରରେ ନାଇଟ କର୍ଫ୍ୟୁ ସମୟରେ ୧୪୪ ଧାରା ଲାଗୁ କଲା କମିଶନରେଟ୍ ପୋଲିସ । ରାଜ୍ୟର ସବୁ ଜିଲ୍ଲାରେ ଆଜିଠୁ ରାତି ୯ରୁ ସକାଳ ୫ଯାଏଁ କର୍ଫ୍ୟୁ ଜାରି ହେବ ।

ଭୁବନେଶ୍ୱର: ଟ୍ବିନ ସିଟିରେ ୧୪୪ ଧାରା । କଟକ- ଭୁବନେଶ୍ବରରେ ନାଇଟ କର୍ଫ୍ୟୁ ସମୟରେ ୧୪୪ ଧାରା ଲାଗୁ କଲା କମିଶନରେଟ୍ ପୋଲିସ । ରାଜ୍ୟର ସବୁ ଜିଲ୍ଲାରେ ଆଜିଠୁ ରାତି ୯ରୁ ସକାଳ ୫ଯାଏଁ କର୍ଫ୍ୟୁ ଜାରି ହେବ ।

ତେବେ ୧୪୪ ଧାରା ଲାଗୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଛନ୍ତି ସୂଚନା। ସେ କହିଛନ୍ତି-"୧୪୪ ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି। ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମନା କରାଯାଇଛି। କଟକରେ ନାଇଟ୍‌ କର୍ଫ୍ୟୁ ସମୟରେ ୨୩ଟି ସ୍ଥାନରେ ଚେକିଂ ପୋଷ୍ଟ ହେବ। ଏଥିପାଇଁ ୧୦ ପ୍ଲାଟୁନ ପୁଲିସ ମୁତୟନ ହେବେ। ଅମାନିଆଙ୍କ ବିରୋଧରେ କାଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

 night curfew

ଭୁବନେଶ୍ୱରରେ ନାଇଟ୍‌ କର୍ଫ୍ୟୁ ଓ ୧୪୪ ଧାରା ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି-"ନାଇଟ କର୍ଫ୍ୟୁ ଓ ୧୪୪ ଧାରାକୁ କଡ଼ାକଡ଼ି ଭାବେ ଲାଗୁ ହେବ। କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଯା'ଆସ ପାଇଁ ଅନୁମତି ମିଳିବ। ଯଥା- ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅନୁମତି ମିଳିବ। ସେମାନେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ।ରେଳ ଷ୍ଟେସନ ଓ ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ଜରୁରୀ ସ୍ଥିତିରେ ମେଡିକାଲ ଯିବାର ଥିଲେ ତତ୍‌ସମ୍ବନ୍ଧୀୟ କାଗଜପତ୍ର ଦେଖାଇବ।"

ରାଜ୍ୟରେ କଢ଼ୁଥିବା କରୋନା ଆକ୍ରାନ୍ତକୁ ଦେଖି ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ଓ ଅନ୍ୟ ୨୦ ଜିଲ୍ଲାରେ କେବଳ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ପୂର୍ବରୁ ପଶ୍ଚିମ ଓଡ଼ିଶାରେ ନାଇଟ୍‌ କର୍ଫ୍ୟୁ ଜାରି ହୋଇଥିବା ବେଳେ ଆଜିଠାରୁ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ହେଉଛି। ତେବେ ରାଜଧାନୀ ଭୁବନେଶ୍ୱର ଓ କଟକର ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୁଲିସ କମିଶନର କର୍ଫ୍ୟୁ ସମେତ ୧୪୪ ଧାରା ଜାରି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+