ରାଧାପାଦ ଦର୍ଶନ ମନା : ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେଲା 144 ଧାରା

ଆସନ୍ତାକାଲି ଅର୍ଥାତ 23 ତାରିଖରେ ଅଁଳାନବମୀକୁ ଆଖି ଆଗରେ ରଖି ଆଜି ସାକ୍ଷୀଗୋପାଳ ମନ୍ଦିର ପରିସରରେ 144 ଧାରା ଲାଗୁ କରାଯାଇଛି ।

ପୁରୀ : ଆସନ୍ତାକାଲି ଅର୍ଥାତ 23 ତାରିଖରେ ଅଁଳାନବମୀକୁ ଆଖି ଆଗରେ ରଖି ଆଜି ସାକ୍ଷୀଗୋପାଳ ମନ୍ଦିର ପରିସରରେ 144 ଧାରା ଲାଗୁ କରାଯାଇଛି । ଆଜି ମଧ୍ୟ ରାତ୍ରୀରୁ ଏହାକୁ ଲାଗୁ କରାଯିବ । 25 ତାରିଖ ବଡ ଏକାଦଶୀ ପର୍ଯ୍ୟନ୍ତ ଏହି 144 ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ କହିଛି । ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି । ଏଥିସହ ମନ୍ଦିର ଚାରି ପାଖର ଦୁଇ ଶହ ମିଟର ପର୍ଯ୍ୟନ୍ତ ଏହି ଧାରା ଲାଗୁ ରହିବ ବୋଲି ସୂଚନା ମିଳିଛି ।

ସାକ୍ଷୀଗୋପାଳ ମନ୍ଦିର

ଚଳିତ ବର୍ଷ କୋଭିଡ୍ ମହାମାରୀକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ସୂଚନାଥାଉକି, ପ୍ରତିବର୍ଷ ଅଁଳାନବମୀରେ ସାକ୍ଷୀଗୋପାଳ ପରିସରରେ ଭିଡ଼ ଜମେ । ରାଧାପାଦ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ସାରା ରାଜ୍ୟରୁ ଏଠାକୁ ଆସି ଥାନ୍ତି । ତେବେ ଚଳିତ ବର୍ଷ ଏହା ଉପରେ କଟକଣା ଲଗାଯାଇଛି । କେବଳ ଅଳ୍ପକିଛି ସେବାୟତଙ୍କୁ ନେଇ ରାଧାପାଦ ଦର୍ଶନ ନୀତିକାନ୍ତି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+