ସାତକୋଶିଆରେ ଅଭୟାରଣ୍ୟକୁ ମହାରାଷ୍ଟ୍ରରୁ ଆସିବେ ୧୪ ବାଘ, ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ

ଓଡ଼ିଶା ଆସିବେ ବାଘ। ସାତକୋଶିଆରେ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପୂର୍ବ ଥର ଏଥିରେ ବିଫଳ ହୋଇଥିଲେ ବି ଏଥର ବନ ବିଭାଗ ତରଫରୁ ୫ ବର୍ଷିଆ ଯୋଜନା କରାଯିବ। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏଟିସିଏ) ଅନୁମୋଦନ ଦେଇଥିବା ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।

tigers

ପାଞ୍ଚବର୍ଷରେ ପର୍ଯ୍ୟାୟ କ୍ରମେ ପ୍ରାୟ ୧୪ଟି ବାଘ ଅଣାଯିବ। ମହାରାଷ୍ଟ୍ର ତଡବା ଜଙ୍ଗଲରେ ବାଘଙ୍କ ଅାନୁବଂଶିକ ଗୁଣାବଳୀ ଓଡ଼ିଶାର ବାଘଙ୍କ ସହ ସାମଞ୍ଜସ୍ୟ ଥିବାରୁ ସେଠାରୁ ବାଘ ଆସିବେ। ଏହି ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ଅନେକଗୁଡ଼ିଏ ସର୍ତ୍ତ ରଖିଛି। ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ପିସିସିଏଫ୍ ଶ୍ରୀ ନନ୍ଦ କହିଛନ୍ତି। ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ।

କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି। ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବାବେଳେ ଆଉ କିଛି ଗାଁ ଖାଲି କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୦୪ ମସିହା ବେଳକୁ ସାତକୋଶିଆରେ ୧୮ଟି ମହାବଳ ଓ ୩୨ଟି କଲରାପତରିଆ ବାଘ ଥିବା ଗଣନାରୁ ଜଣାପଡ଼ିଥିଲା। କିନ୍ତୁ ପରେ ବାଘବଂଶ ଲୋପ ପାଇବାରେ ଲାଗିଥିଲା। ସେଠାରେ ବାଘ ବଂଶ ବୃଦ୍ଧି ପାଇଁ ୨୦୧୮ରେ ରାଜ୍ୟ ସରକାର ମଧ୍ୟପ୍ରଦେଶରରୁ ଦୁଇଟି ବାଘ ଆଣିଥିଲେ।

ତେବେ ଶିକାରୀ ଫାସରେ ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଥିଲା। ସେହିପରି ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଯୋଗୁଁ ଅନେକ ଦିନ ବନ୍ଦୀ ଜୀବନ କାଟିବା ପରେ ମଧ୍ୟପ୍ରଦେଶକୁ ଫେରିଯାଇଥିଲା। ସେବେଠାରୁ ବ୍ୟାଘ୍ର ପ୍ରକଳ୍ପ ବନ୍ଦ ପଡ଼ିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+