କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ଓଡ଼ିଶାର ୧୪ ପୋଲିସ

କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ଓଡ଼ିଶାର ୧୪ ପୋଲିସ। କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ ମିଳିବ ସମ୍ମାନ । ଝାରସୁଗୁଡା ଏସପି ଜି. ରେଡ୍ଡୀ ରାଘବେନ୍ଦ୍ରଙ୍କୁ ମିଳିବ ପଦକ।
ଓଡ଼ିଶା ପୋଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସୂଚନା । SI ଦୀପକ କୁମାର ନାଏକ, ମନୋଜ ଡୁଙ୍ଗଡୁଙ୍ଗଙ୍କୁ ମିଳିବ ପଦକ।

14 Odisha police officers

୨୦୨୫ ବର୍ଷ ପାଇଁ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍)/କେନ୍ଦ୍ରୀୟ ପୋଲିସ ସଙ୍ଗଠନ (ସିପିଓ) ର ୧୪୬୬ ଜଣ କର୍ମଚାରୀଙ୍କୁ 'କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ' ପ୍ରଦାନ କରାଯାଇଛି ।

ଉତ୍କୃଷ୍ଟ କାର୍ଯ୍ୟକୁ ସ୍ୱୀକୃତି ଦେବା, ଉଚ୍ଚ ବୃତ୍ତିଗତ ମାନକକୁ ପ୍ରୋତ୍ସାହିତ କରିବା ଏବଂ ନିମ୍ନଲିଖିତ ଚାରୋଟି କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀ/ଅଧିକାରୀଙ୍କ ମନୋବଳ ବୃଦ୍ଧି ପାଇଁ ଏହି ପଦକ ଦିଆଯାଏ ।

ସ୍ୱତନ୍ତ୍ର ଅପରେସନ

ଅନୁସନ୍ଧାନ

ଗୁଇନ୍ଦା

ଫରେନସିକ ସାଇନ୍ସ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା 'କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ' ସମସ୍ତ ପୋଲିସ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବ।

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ୧ ଫେବୃଆରୀ, ୨୦୨୪ ମସିହାରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ "କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ" ପ୍ରତିଷ୍ଠା କରାଯାଇଛି। ଅପରେସନରେ ଉତ୍କର୍ଷତା, ଅନୁସନ୍ଧାନରେ ଉତ୍କୃଷ୍ଟ ସେବା, ଅସାଧାରଣ ପ୍ରଦର୍ଶନ, ଅଦମ୍ୟ ଏବଂ ସାହସୀ ଗୁଇନ୍ଦା ସେବା, ଫରେନସିକ୍ ବିଜ୍ଞାନ କ୍ଷେତ୍ରରେ ସେବା କରୁଥିବା ସରକାରୀ ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ପ୍ରଶଂସନୀୟ କାର୍ଯ୍ୟ ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ ସମଗ୍ର ଭାରତରେ ପୋଲିସ ବାହିନୀ, ସୁରକ୍ଷା ସଂଗଠନ, ଗୁଇନ୍ଦା ଶାଖା/ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/କେନ୍ଦ୍ରୀୟ ପୋଲିସ ସଂଗଠନ (ସିପିଓ)/କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ଫରେନସିକ୍ ବିଜ୍ଞାନ (କେନ୍ଦ୍ର/ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ) ର ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଥାଏ ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅକ୍ଟୋବର ୩୧ତାରିଖରେ ଏହି ପଦକ ଘୋଷଣା କରାଯାଇଥାଏ ।

ପୁରସ୍କାର ବିଜେତାମାନଙ୍କ ତାଲିକା ଗୃହ ମନ୍ତ୍ରଣାଳୟର ୱେବସାଇଟ-https://www.mha.gov.in ରେ ଉପଲବ୍ଧ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+