ଯାଜପୁର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌ ; ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଯାଜପୁର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌। ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌ ସ୍ଥିତି ଅନୁଧ୍ୟାନ ପାଇଁ ଆସୁଛନ୍ତି । ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର । ICMR, NCDC, WHO ଭଳି ସଂସ୍ଥାର ସଦସ୍ୟ ଟିମ୍‌ରେ ରହିବେ।

ଡାଇରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ। ଜିଲ୍ଲାରେ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ଗ୍ରହଣ ନିମନ୍ତେ ଆଭାସୀ ମାଧ୍ୟମରେ ପ୍ରତିସଂକ୍ରମଣ (disinfection)କୁ ଅଧିକ ଗୁରୁତ୍ଵ ଦେବାକୁ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଅଂଚଳରେ ପ୍ରତ୍ୟେକ ଗାଁରେ ଜଳଉତ୍ସ ଯଥା: କୂଅ, ନଳକୂପ, ପାଇପ ୱାଟର ସପ୍ଲାଏ ଓଭର ହେଡ୍ ଟାଙ୍କି ଗୁଡ଼ିକୁ କ୍ଲୋରିନେସନ୍ କରିବା, ବ୍ଲିଚିଂ ପାଉଡର ପକାଇ ପ୍ରତିସଂକ୍ରମଣ କରିବା ପାଇଁ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଜନସ୍ୱାସ୍ଥ୍ୟ, ବିଡିଓ ନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ଜଳଉତ୍ସ ଗୁଡ଼ିକ ପ୍ରତିସଂକ୍ରମଣ କରାଯିବ

ପଞ୍ଚାୟତ ସ୍ତରରେ ନିର୍ବାହୀ ଅଧିକାରୀମାନେ ଖାଇବା, ରାନ୍ଧିବା ଓ ପିଇବା ପାଇଁ ବ୍ୟବହାର ହେଉଥିବା ଜଳଉତ୍ସ ଗୁଡ଼ିକ ଯେପରି ଉପଯୁକ୍ତ ଭାବେ ଡିସ୍ଇନଫେକ୍ସନ୍ କରାଯାଇଛି କି ନାହିଁ ତାହା ସୁନିଶ୍ଚିତ କରାଇବେ। ଅଧିକ୍ଷଣ ଯନ୍ତ୍ରୀ, ଆର.ଡଵ୍ଲୁ଼‌.ଏସ.ଏସ ପ୍ରତି ବ୍ଲକ୍ ପଏଣ୍ଟରେ ବ୍ଲିଚିଂପାଉଡର ପହଞ୍ଚାଇବେ। ବିଡିଓମାନେ ଅପରାହ୍ନ ସୁଦ୍ଧା ସମସ୍ତ ଗ୍ରାମପଞ୍ଚାୟତ ୱାରୀ ବଣ୍ଟନ କରିବେ, ଗୋଟିଏ ଦିନ ଅନ୍ତରରେ ସମସ୍ତ ଜଳ ଉତ୍ସ ଗୁଡିକ ପ୍ରତିସଂକ୍ରମଣ କରାଯିବ। ୪/୫ଟି ପଂଚାୟତକୁ ନେଇ ଜଣେ ଜଣେ ନୋଡାଲ ଅଫିସର ଏହି କାର୍ଯ୍ୟକୁ ତଦାରଖ କରିବେ। ଏହି କାର୍ଯ୍ୟରେ ପଞ୍ଚାୟତ ପ୍ରତିନିଧି ଓ ସରପଞ୍ଚମାନଙ୍କୁ ବିଡିଓମାନେ ସମ୍ପୃକ୍ତ କରାଇବେ।

ଜନସାଧାରଣଙ୍କୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ସଚେତନ କରାଯିବ

ସମସ୍ତ ସରକାରୀ ଓ ଘରୋଇ ଜଳଉତ୍ସ ଗୁଡ଼ିକ ବିଶୁଦ୍ଧିକରଣ କରାଯିବ, ଏ ସଂପର୍କରେ ଜନସାଧାରଣଙ୍କୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ସଚେତନ କରାଇବେ। ପାଣିକୁ ଫୁଟାଇ ଛାଣି ପିଇବା, ବାସୀ ପଚାଷଢା ପନିପରିବା, ମାଛ ବିକ୍ରି ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ତହସିଲଦାରମାନେ ପଦକ୍ଷେପ ଗ୍ରହଣ କରିବେ। ଆଶା, ଅଙ୍ଗନବାଡ଼ିକର୍ମୀ, ଏଏନ୍ଏମ୍ ମାନେ ସ୍ବାସ୍ଥ୍ୟ ପରାମର୍ଶ ସଂପର୍କରେ ଘରକୁ ଘର ଯାଇ ସଚେତନ କରାଇବେ। ମୋବାଇଲ ହେଲଥଟିମ୍ ସମ୍ବେଦନଶୀଳ ଅଞ୍ଚଳରେ ପହଞ୍ଚି ଚିକିତ୍ସା ସୁବିଧା ଯୋଗାଇ ଦେବେ।

ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିଛି। ଆସନ୍ତା ୧୮ ତାରିଖରେ ବିଦ୍ୟାଳୟ ଗୁଡ଼ିକ ଖୋଲୁଥିବାରୁ ପ୍ରତ୍ୟେକ ବିଦ୍ୟାଳୟ ପରିସର ଓ ଆବାସିକ ବିଦ୍ୟାଳୟରେ ଥିବା ଜଳଉତ୍ସ ଗୁଡ଼ିକ ବିଶୁଦ୍ଧିକରଣ କରାଯିବ। ମୁଖ୍ୟ ଚିକିତ୍ସାଳୟରେ ୧୧୨ ଜଣ ରୋଗି ଥିବାବେଳେ ଗତରାତିରେ ୧୮ ଜଣ ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି। ଯାଜପୁର ଟାଉନ ଓ ବ୍ୟାସନଗର ପୌରାଞ୍ଚଳରେ ଥିବା ହୋଟେଲ ମିଷ୍ଟାନ୍ନ ଭଣ୍ଡାର ଗୁଡ଼ିକ ଯାଞ୍ଚ କରାଯାଇ ବାସୀ ଖାଦ୍ୟ ବିକୁଥିବା ଦୋକାନକୁ ସିଲ କରାଯିବ।

ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

ଯାଜପୁର ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ତାପସ ରଂଜନ ଦେହୁରୀ, ଅଧିକ୍ଷଣ ଯନ୍ତ୍ରୀ ଆର. ଡବ୍ଲ୍ୟୁ ଏସ ଏସ, ସିଡିଏମଓ, ସମସ୍ତ ବିଡିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

review Jajpur situation
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+