ଆତ୍ମସମର୍ପଣ କଲେ 14 ମାଓବାଦୀ
ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଦନ୍ତେୱାଡାରେ 14 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
ମାଲକାନଗିରି: ସ୍ବାଭିମାନ ଅଞ୍ଚଳ ପାଇଁ ଖୁସି ଖବର । ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଦନ୍ତେୱାଡାରେ 14 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ତେବେ ସେମାନଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା ।

ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦନ୍ତେବଡା ଏସପି ଅଭିଷେକ ପଲ୍ଲବ । ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏମାନେ ଗତକାଲି ସନ୍ଧ୍ୟା ବେଳେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି ।












Click it and Unblock the Notifications