ବଢୁଛି ଜଳସ୍ତର: ହୀରାକୁଦ ଡ୍ୟାମରେ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ହୀରାକୁଦ ଡ୍ୟାମରେ ଖୋଲିଛି ୧୪ଟି ଗେଟ୍ । ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି । ପ୍ରଥମେ ୨ଟି ଗେଟ୍ ଖୋଲିଥିବା ବେଳେ ଜଳସ୍ତର ବୃଦ୍ଧିକୁ ଦେଖି ଗତକାଲି ସକାଳେ ଆଉ ୮ଟି ଗେଟ୍ ଖୋଲିଥିଲା । ପୁଣି ଅପରାହ୍ନରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ମୋଟ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୧୫ ଫୁଟ ରହିଛି । ହୀରାକୁଦକୁ ପ୍ରବେଶ କରୁଛି ୨ ଲକ୍ଷ ୨୯ ହଜାର ୪୫୮ କ୍ୟୁସେକ ଜଳ । ହୀରାକୁଦରୁ ନିଷ୍କାସିତ ହେଉଛି ୨,୬୭,୫୭୭ କ୍ୟୁସେକ ଜଳ ।

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ତେବେ ସେହିପରି ଶନିବାର ଓ ରବିବାର ବିଶେଷ ବର୍ଷା ହେବ ନାହିଁ । ତେବେ ୧୮ଓ ୧୯ ବେଳକୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିପାରେ ।

hirakud _DAM

ସେହିପରି ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କଳାହାଣ୍ଡି ଏମରାମପୁରରେ ୧୯୩ ମିମି, ଥୁଆମୁଳ ରାମପୁର, କଣ୍ଟାମାଳ ଓ ବୌଦ୍ଧରେ ୧୫୮ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ୫୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ ଜିଲ୍ଲାର ୨୩ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ପ୍ରବଳ ବର୍ଷା ହେତୁ ବଂଶଧାରା ଫୁଲି ବିପଦ ସଙ୍କେତ ଟପିଛି । ମହାନଦୀ ଉପର ମୁଣ୍ଡରେ ବି ପ୍ରବଳ ବର୍ଷା ଲାଗି ରହିଛି । ତେବେ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ରାଜ୍ୟରେ ବନ୍ୟା ଆସିଲା ଭଳି ସ୍ଥିତି ନାହିଁ । ଉପରମୁଣ୍ଡରେ ବର୍ଷା ବଢ଼ିଥିଲେ ବି ତଳମୁଣ୍ଡ ଶୁଖିଲା ପଡ଼ିଛି । ଯେତିକି ପାଣି ଆସୁଛି, ସେଥିରେ ବି ବନ୍ୟା ସମ୍ଭାବନା କମ୍‌ । ଏ ନେଇ ସଚେତନ ବି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+