ରାଜଧାନୀରେ ଖୋଲିବ ୧୪ଟି ଡ୍ୟାନ୍ସ ବାର, ରାତି ୧୨ ଯାଏ ଜମିବ ନାଚ, ଗୀତର ଆସର

ରାଜଧାନୀରେ ଖୋଲିବ ୧୪ଟି ଡ୍ୟାନ୍ସ ବାର । ବାର୍‌ ଗାର୍ଲଙ୍କ ନାଚ ଗୀତରେ ରଙ୍ଗୀନ୍‌ ହେବ ରାଜଧାନୀର ରାତି । ନାଚଗୀତ ସହ ଜମିବ ମଦର ଆସର ।

ଭୁବନେଶ୍ୱର: ରାଜଧାନୀରେ ଖୋଲିବ ୧୪ଟି ଡ୍ୟାନ୍ସ ବାର । ବାର୍‌ ଗାର୍ଲଙ୍କ ନାଚ ଗୀତରେ ରଙ୍ଗୀନ୍‌ ହେବ ରାଜଧାନୀର ରାତି । ନାଚଗୀତ ସହ ଜମିବ ମଦର ଆସର । ଦୀର୍ଘ ୨ ବର୍ଷ ହେଲା ଡ୍ୟାନସ ବାର୍ ଉପରେ ଲାଗୁ ହୋଇଥିବା କଟକଣାକୁ ଶେଷରେ ଉଠାଇ କୋହଳ କରାଯାଇଛି। ଅବକାରୀ ବିଭାଗ ଅନୁମତି ଦେଇଥିଲେ ବି କମିସନରେଟ୍ ପୋଲିସର ଗାଇଡଲାଇନ୍ ଅନୁସାରେ ଡ୍ୟାନ୍ସ ବାରଗୁଡ଼ିକ ଚାଲିବ ବୋଲି ସ୍ପଷ୍ଟ କରାଯାଇଛି ।

Dance Bar

ନିୟମ ଅନୁସାରେ ୧୦ ଫୁଟ୍ ଓ ୧୨ ଫୁଟ୍ ଡ୍ୟାନ୍ସ ଫ୍ଲୋରରେ କେବଳ ୮ ଜଣ ନୃତ୍ୟ ପ୍ରଦର୍ଶନ କରିପାରିବେ । ଡ୍ୟାନ୍ସର ଯେଉଁ ଷ୍ଟେଜରେ ନାଚିବେ, ତା ଚାରିପଟେ ୩ ଫୁଟର ବାଡ ରହିବ । ଗ୍ରାହକ ଓ ଡ୍ୟାନ୍ସ ଗାର୍ଲଙ୍କ ଭିତରେ ୫ ଫୁଟର ଦୂରତା ରହିବ । ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ ନିୟୋଜିତ କରାଯାଇପାରିବ ନାହିଁ । ଏଥିସହ ଡ୍ୟାନ୍ସରଙ୍କ ଉପରକୁ ଟଙ୍କା ଉଡାଇବା ପାଇଁ ବାରଣ କରାଯାଇଛି ।

ସବୁ ବାର୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯିବ । ଏଥିସହ ଓଡ଼ିଶା ଅର୍ବାନ ପୋଲିସ୍‌ ଆକ୍ଟ ଅନୁସାରେ ଡ୍ୟାନ୍ସ ବାର୍ ସବୁ ଚାଲିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । ଡ୍ୟାନ୍ସର ଉତ୍ତେଜକ ପୋଷାକ ପିନ୍ଧି ପାରିବେ ନାହିଁ । ସମସ୍ତ ଡ୍ୟାନ୍ସ ବାର୍‌ରେ ସିସିଟିଭି ଲାଗିବ ଏବଂ ଫୁଟେଜରେ ତିନି ମାସର ବ୍ୟାକ୍ ଅପ୍ ରହିବା ବାଧ୍ୟତାମୂଳକ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+