ପାରଳାଖେମୁଣ୍ଡି: ହତ୍ୟା ମାମଲାରେ ୧୪ ଜଣଙ୍କୁ ଆଜୀବନ ଜେଲ୍‌

ପାରଳାଖେମୁଣ୍ଡି : ୨୦୦୯ରେ ପାରଳାଖେମୁଣ୍ଡିର ୧ନମ୍ବର ୱାର୍ଡରେ ଘଟିଥିବା ବହୁ ଚର୍ଚ୍ଚିତ ହତ୍ୟା କାଣ୍ଡର ଗୁରୁବାର ରାୟ ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ହତ୍ୟାକାଣ୍ଡ ସମ୍ପୃକ୍ତ ୧୪ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୯ ମସିହା ମାର୍ଚ୍ଚ ୧୨ ତାରିଖ। ସେଦିନ ଥିଲା ରଙ୍ଗର ପର୍ବ ହୋଲି। ସେହିଦିନ ପୂର୍ବ ଶତ୍ରୁତାରୁ ଘାସି ସାହିର ସକଳମୁଖୀ ବଲ୍ଲଭ(୮୪), ଗୁରାଲୁ ବୁଡୁ(୫୬), ନାଗବଂଶ ନାଗାର୍ଜୁନ(୨୮),

ପାଡାଲା ପ୍ରସାଦ(୪୭), ବାଦା ଜିଲିପି ଓରଫ ଜିଲିପି କ୍ରିଷ୍ଣା(୪୨), ନାଗବଂଶ ରାମସ୍ୱାମୀ(୩୬), ଲିଆରି ସୁରେଶ(୪୨), ନାଗବଂଶ ରାମକୃଷ୍ଣ(୩୪), ସକଳମୁଖୀ ମାଧବ(୨୬), ନାଗବଂଶ ସୀମାଦ୍ରୀ(୬୨), ହରିକୃଷ୍ଣ ନାଗବଂଶ(୫୦), ନାଗବଂଶ ପଦ୍ମନ(୪୧), ନାଗବଂଶ ରାଧାକାନ୍ତ(୪୩), ଗୁରାଲୁ ଗୋପାଳ(୬୨), ନାଗବଂଶ ଭାସ୍କର ଓ ଜଙ୍ଗମ ହରିନାଥ ବିଭିନ୍ନ ମାରଣାସ୍ତ୍ର ଧରି ଘରେ ପଶି ଆକ୍ରମଣ କରିଥିଲେ। ଏପରିକି ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ।

14 Convicted Of Murder

ସୂଚନା ମୁତାବକ, ୨୦୦୯ରେ ପାରଳାଖେମୁଣ୍ଡି ୧ନମ୍ବର ୱାର୍ଡରେ ହୋଲି ପାଇଁ ସମସ୍ତେ ଖୁସି ମନାଉଥିଳେ। ସେତିକିବେଳେ କେତେଜଣ ଯୁବକ ଘରେ ପଶି ଜଣଙ୍କୁ ସଂଘବଦ୍ଧ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଯୁବୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ପ୍ରମାଣକୁ ଭିତ୍ତି କରି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+