ଦିଲ୍ଲୀ ଇନ୍ଭେଷ୍ଟର୍ସ ମିଟ୍ରେ ୧୩ଟି MOU, ରାଜ୍ୟରେ ସୃଷ୍ଟି ହେବ ୯୫,୯୧୫ ନିଯୁକ୍ତି!
ଦୁଇଦିନିଆ ଦିଲ୍ଲୀ ଇନଭେଷ୍ଟର୍ସ ମିଟରେ ୧୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିିରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ସୂଚନା । ଆଇଓସିଏଲ୍ ସହ ଡୁଆଲ-ଫିଡ୍ ନାପଥା କ୍ରାକର ପୋଜେକ୍ଟ ପାଇଁ ଏମଓୟୁ ହୋଇଛି । ଏହି ଏମଓୟୁ ପାଇଁ ରାଜ୍ୟକୁ ୫୮ ହଜାର କୋଟିର ପୁଞ୍ଜି ସହ ୨୪ ହଜାର ନିଯୁକ୍ତି ଲକ୍ଷ୍ୟ ରଖାଯାଇଛି ।
ଏତିସହ ଇସ୍ରୋ,ପେଟ୍ରୋନେଟ୍ ଏଲଏନଜି ସହ ମଧ୍ୟ ବୁଝାମଣା ସ୍ୱାକ୍ଷର କରାଯାଇଛି । ଓଡ଼ିଶାକୁ ମୋଟ ୧ ଲକ୍ଷ ୩ ହଜାର ୯୦ କୋଟିର ପୁଞ୍ଜି ନିବେଶ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ସେହିପରି ନିଯୁକ୍ତି କ୍ଷେତ୍ରରେ ପ୍ରାୟ ୯୫ ହଜାରରୁ ଅଧିକ ଯୁବପିଢ଼ି ନିଯୁକ୍ତି ସୁଯୋଗ ପାଇବେ ।

ଗତକାଲି ୧୧ଟି କମ୍ପାନୀ ପକ୍ଷରୁ ନିବେଶ ପାଇଁ ପ୍ରସ୍ତାବ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଂପାନି ମାନଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି। ଆଇଓସିଏଲ ସହିତ ଏକାକି 56 ହଜାର କୋଟିର ପ୍ରକଳ୍ପ ପ୍ରତିଷ୍ଟା ନେଇ ବୁଝାମଣା ହୋଇଛି।












Click it and Unblock the Notifications