ଛାତ୍ରାବାସରୁ ଚିହ୍ନଟ ହେଲେ 13 କୋଭିଡ ଆକ୍ରାନ୍ତ
ସିଲଭର ସିଟିରେ କରୋନା ପୁଣି ବଢିବାରେ ଲାଗିଛି । ସହରର ଏକ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି କରୋନାର ନୂତନ ମାମଲା ।
କଟକ: ପୁଣି ଡରାଉଛି କରୋନା । ଦୀର୍ଘ ଦୁଇ ବର୍ଷ ଧରି ଲୋକଙ୍କୁ ବେହାଲ କଲାଣି ଏହି ମହାମାରୀ । ପ୍ରାୟ କିଛି ଦିନ ହେବ ଲୋକେ ଘରୁ ପଦାକୁ ଯାଇ ନିଜର ଜୀବନ ଜୀବିକା ପୁନଃ ଆରମ୍ଭ କରିଛନ୍ତି । କିଛି ଦିନର ବ୍ୟବଧାନରେ ରାଜ୍ୟରେ କାୟା ମେଲାଇବା ଆରମ୍ଭ କଲାଣି କରୋନା। ଅନେକ ରାଜ୍ୟରେ ଲୋକେ ପୁଣି କରୋନା ଜାଲରେ ଫସୁଥିବା ଦେଖିବାକୁ ମିଳିଛି । ତେବେ ସିଲଭର ସିଟିରେ କରୋନା ପୁଣି ବଢିବାରେ ଲାଗିଛି । ସହରର ଏକ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି କରୋନାର ନୂତନ ମାମଲା ।

କଟକ 59 ନଂ ୱାର୍ଡ ବମ୍ଫକୁଦଠାରେ ଥିବା ଏକ ଘରୋଇ କଲେଜ ଛାତ୍ରାବାସରେ ଏକାସହ 13 ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ଛାତ୍ରାବାସରେ ମୋଟ 200 ଜଣ ଅନ୍ତେବାସୀ ରୁହନ୍ତି। କିଛି ପିଲା ପ୍ରଥମେ ଜ୍ୱର ଓ ଥଣ୍ଡା ଅନୁଭବ କରିଥିଲେ। ଫଳରେ 56 ଛାତ୍ରଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 13 ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଆଜି ଛାତ୍ରମାନଙ୍କର ଆରଟିପିସିଆର ପରୀକ୍ଷା କରାଯିବ ।
More From
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications