ତିନି ବର୍ଷରେ ଦେଶରୁ ନିଖୋଜ ହେଲେଣି ୧୩.୧୩ ଲକ୍ଷ ମହିଳା; ଚତୁର୍ଥ ସ୍ଥାନରେ ଓଡ଼ିଶା
ଦେଶରୁ ନିଖୋଜ ହେଉଛନ୍ତି ମହିଳା। ଦେଶରେ ୨୦୧୯ରୁ ୨୦୨୧ ଭିତରେ ୧୩.୧୩ ଲକ୍ଷରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି। ଯାହା ଭିତରେ ଅଧିକ ସଂଖ୍ୟକ ମହିଳା ମଧ୍ୟପ୍ରଦେଶର ରହିଛନ୍ତି। ଇଂରାଜୀ ଡିଜିଟାଲ ଖବର ସଂସ୍ଥା ଇଣ୍ଡିଆନ ଏକ୍ସପ୍ରେସ୍ ଏହି ରିପୋର୍ଟ ପ୍ରକାଶ କରିଛି।
ମଧ୍ୟପ୍ରଦେଶରେ ପାଖାପାଖି ଦୁଇ ଲକ୍ଷରୁ ଅଧିକ ଯୁବତୀ ନିଖୋଜ ଅଛନ୍ତି। ଏହା ପଛକୁ ରହିଛି ମମତା ବାନାର୍ଜୀଙ୍କ ପଶ୍ଚିମବଙ୍ଗ। ଚତୁର୍ଥ ସ୍ଥାନରେ ଅଛି ଓଡ଼ିଶା।
ଗତ ସପ୍ତାହରେ ସଂସଦରେ ଉପସ୍ଥାପିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ ୧୮ ବର୍ଷରୁ ଅଧିକ ବୟସ୍କ ୧୦ ଲକ୍ଷ ୬୧ ହଜାର ୬୪୮ ମହିଳା ନିଖୋଜ ହୋଇଯାଇଛନ୍ତି। ସେହିପରି ଏହାଠାରୁ କମ୍ ବୟସ୍କ ୨ ଲକ୍ଷ ୫୧ ହଜାର ୪୩୦ ଝିଅ ନିଖୋଜ ହୋଇଯାଇଛନ୍ତି।

୨୦୧୯ ରୁ ୨୦୨୧ ମଧ୍ୟରେ ମଧ୍ୟପ୍ରଦେଶରୁ ୧,୬୦,୧୮୦ ମହିଳା ଏବଂ ୩୮,୨୩୪ ବାଳିକା ନିଖୋଜ ହୋଇଯାଇଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ମୋଟ ୧,୫୬,୯୦୫ ମହିଳା ଏବଂ ୩୫,୬୦୬ ବାଳିକା ନିଖୋଜ ହୋଇଯାଇଛନ୍ତି।
ମହାରାଷ୍ଟ୍ରରେ ୧,୭୮,୪୦୦ ମହିଳା ଏବଂ ୧୩,୦୩୩ ବାଳିକା ୧୦୧୯ରୁ ୨୦୨୧ ମଧ୍ୟରେ ମଧ୍ୟରେ ନିଖୋଜ ହୋଇଯାଇଛନ୍ତି। ଆମ ରାଜ୍ୟ ଓଡ଼ିଶାରେ ୭୦,୨୨୨ ମହିଳା ଏବଂ ୧୬,୬୪୯ ବାଳିକା ନିଖୋଜ ହୋଇଯାଇଥିବା ବେଳେ ଛତିଶଗଡ଼ରୁ ୪୯,୧୧୬ ମହିଳା ଏବଂ ୧୦,୮୧୭ ବାଳିକା ଛତିଶଗଡରୁ ନିଖୋଜ ହୋଇଯାଇଛନ୍ତି।
କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟରୁ ଦିଲ୍ଲୀରେ ମହିଳାଙ୍କ ନିଖୋଜ ସଂଖ୍ୟା ଅଧିକ। ଦେଶର ରାଜଧାନୀ ଦିଲ୍ଲୀରେ ୬୧ ହଜାର ୫୪ ମହିଳା ଓ ୨୨ ହଜାର ୯୧୯ ଝିଅ ନିଖୋଜ ହୋଇଛନ୍ତି। ସେହିପରି ଜମ୍ମୁ କଶ୍ମୀରରେ ୮ ହଜାର ୬୧୭ ଝିଅ ନିଖୋଜ ହୋଇଛନ୍ତି।
ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର କହିଛନ୍ତି ଯେ ଦେଶରେ ମହିଳାଙ୍କ ସୁରକ୍ଷା ନିମେନ୍ତ ଅନେକ ପଦକ୍ଷେପ ନେଇଛନ୍ତି। ଯେପରିକି ଯୌନ ଅପରାଧ ରୋକିବାକୁ ଅପରାଧିକ ଆଇନ(ସଂଶୋଧନ) ଅଧିନିୟମ ୨୦୧୩।












Click it and Unblock the Notifications