ନନ୍ଦନକାନନରେ ୧୨ ବର୍ଷ ବାଘୁଣୀର ମୃତ୍ୟୁ
ନନ୍ଦନକାନନରେ ୧୨ ବର୍ଷ ବାଘୁଣୀର ମୃତ୍ୟୁ
ଭୁବନେଶ୍ୱର: ନନ୍ଦନକାନନରେ ବାଘୁଣୀ ବିଜୟାର ମୃତ୍ୟୁ । କିଛି ଦିନ ହେବ ଅସୁସ୍ଥ ହୋଇ ଖାଇବା ପିଇବା କରୁ ନଥିଲା ବାଘୁଣୀ । ସଫାରୀରୁ କ୍ଵାରେନଟାଇନ୍ କକ୍ଷକୁ ଆଣି ଓୟୁଏଟିର ସ୍ୱତନ୍ତ୍ର ୪ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲା । ହେଲେ ଶେଷରେ ଆଜି ଆଖି ବୁଜିଲା ୧୨ବର୍ଷର ବିଜୟା ।

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ବର୍ଷ ବିଜୟା ଧଳା ବାଘୁଣୀର ମୃତ୍ୟୁ ହୋଇଛି । ଗତ ୧୧ରୁ ବାଘୁଣୀ ଅସୁସ୍ଥ ଥିବା ନେଇ ସୂଚନା ରହିଛି । ଅଧିକ ଅସୁସ୍ଥ ହେବା ପରେ ତାକୁ କ୍ୱାରେନଟାଇନ କକ୍ଷକୁ ଆଣି ଚିକିତ୍ସା ମଧ୍ୟ କରାଯାଉଥିଲା ହେଲେ ତା ଅବସ୍ଥା ଦିନକୁ ଦିନ ଅଧିକ ବିଗିଡି ଯାଇଥିଲା ।
ବିଜୟା ଧଳା ବାଘୁଣୀ ମୋଟ୍ ୭ଟି ଶାବକଙ୍କୁ ଜନ୍ମ ଦେଇଛି । ବିଜୟ ଗତ ୨୦୧୦ ମାର୍ଚ୍ଚ ୧ ତାରିଖରେ ସର୍ବାଧିକ ୨୨ ବର୍ଷ ବଞ୍ଚଥିବା ଧଳା ବାଘୁଣୀ କୁସୁମ ଗର୍ଭରୁ ଜନ୍ମ ନେଇଥିଲା । ଶେଷ ଥର ସେ ୩ଟି ଶାବକଙ୍କୁ ଜନ୍ମ ଦେଇଥିଲା । ଯାହା ପରେ ତାର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ହେଲେ ଚିକିତ୍ସା ପରେ ସୁସ୍ଥ ମଧ୍ୟ ହୋଇଥିଲା ହେଲେ ଏବେ ପୁଣି ଅସୁସ୍ଥତା କାରଣରୁ ତାର ଶନିବାର ଦିନ ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ ।












Click it and Unblock the Notifications