ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ୧୨ ଅଟକ
Odisha News: ବାଂଲାଦେଶର ସ୍ଥିତି ଦିନକୁ ଦିନ ବଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହର ପାରାଦୀପରେ ପାରାଦୀପ ଥାନାରେ ୧୨ ଜଣଙ୍କୁ ଅଟକ ରଖାଯାଇଛି । ପୋଲିସ ସମସ୍ତଙ୍କ ପରିଚୟ ପତ୍ର ଯାଞ୍ଚ କରିବା ସହ ପଚରାଉଚରା କରୁଛି । ତେବେ ୧୧ ଜଣ ଯୁବକ ଥିବା ବେଳେ ଜଣେ ବୃଦ୍ଧ ଥିବା ନେଇ ସୂଚନା ରହିଛି । ସମସ୍ତେ ବଙ୍ଗଳା ଭାଷାରେ କଥା କହୁଛନ୍ତି ।

ସୂଚନା ଅନୁସାରେ, ବୁଧବାର ଦିନ ବାବୁଘାଟରୁ ୧୨ ଜଣ ବ୍ୟକ୍ତି ପାରାଦୀପ ଆସିଥିବା ନେଇ ପୋଲିସ ଖବର ପାଇଥିଲା । ତେବେ ୧୨ ଜଣ ବ୍ୟକ୍ତି ପାରାଦୀପ ବସଷ୍ଟାଣ୍ତରେ ଓହ୍ଲାଇଥିଲେ ଯେଉଁଠି ପୋଲିସ ସମସ୍ତଙ୍କୁ ଅଟକ ରଖିଥିଲା ।ବର୍ତ୍ତମାନ ସମସ୍ତଙ୍କୁ ଜେରା କରାଯାଉଛି । ବର୍ତ୍ତମାନ ପୋଲିସ ପାରାଦୀପ ଅନେକ ସ୍ଥାନରେ ନଜର ରଖିଛି । ପାରୀଦୀପ ବସଷ୍ଟାଣ୍ତ, ସମୁଦ୍ର କୂଳ, ନେହରୁବଙ୍ଗଳା ଏବଂ ମାଛଧରା ବନ୍ଦର ସମେତ ଅନେକ ସ୍ଥାନରେ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି ।












Click it and Unblock the Notifications