ହିଟ୍ ୱେଭ ପାଇଁ 2020ରେ ଯାଇଛି 12 ଜଣଙ୍କର ଜୀବନ: 'ପାଣି ବୋତଲ ନେଇ ପିଲା ଆସନ୍ତୁ ସ୍କୁଲ'
ବିଗତ ବର୍ଷମାନଙ୍କରେ ରାଜ୍ୟ ସରକାରଙ୍କର ସଚେତନା ଭିତରେ ଏହି ଜୀବନ ହାନିର ମାତ୍ରାରେ ବ୍ୟାପକ ହ୍ରାସ ଘଟିଛି ।
ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ପ୍ରବାହ। ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରିବା ଆରମ୍ଭ କଲାଣି । ହିଟୱେଭ୍ ପାଇଁ ମଧ୍ୟ ପ୍ରତି ବର୍ଷ ଯାଉଛି ଅନେକ ଜୀବନ । ତେବେ ବିଗତ ବର୍ଷମାନଙ୍କରେ ରାଜ୍ୟ ସରକାରଙ୍କର ସଚେତନା ଭିତରେ ଏହି ଜୀବନ ହାନିର ମାତ୍ରାରେ ବ୍ୟାପକ ହ୍ରାସ ଘଟିଛି ।
1998ରେ ହିଟ ୱେଭ ପାଇଁ 2042 ଜଣଙ୍କ ଜୀବନ ଯାଇଥିଲା । ହେଲେ ବ୍ୟାପକ ସଚେତନତା ଯୋଗୁ ଏହା କମିଛି । ଗତବର୍ଷ ଅର୍ଥାତ 2020ରେ ହିଟ୍ ଓ୍ୱେଭରେ 12 ଜଣଙ୍କ ମୃତ୍ୟ ହୋଇଥିଲା । ସେହିପରି 2016 ରେ 54, 2017ରେ 45, 2018ରେ 60, 2019ରେ 50 ଜଣଙ୍କ ଜୀବନ ହିଟ ୱେଭ ପାଇଁ ଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡିଆରସି ପ୍ରଭାତ ମହାପାତ୍ର ।

ସେହିପରି ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ଛାତ୍ରଛାତ୍ରୀମାନେ ସ୍କୁଲକୁ ପାଣି ବୋତଲ ନେଇ ଯିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରତି ପିଲା ପାଣି ବୋତଲ ନେଇ ସ୍କୁଲ ଆସିବେ । ଅଭିଭାବକମାନେ ଏହା ଉପରେ ଧ୍ୟାନ ଦେବାକୁ କହିଛନ୍ତି ଶ୍ରୀ ମହାପାତ୍ର । କୋଭିଡ ଗାଇଡଲାଇନକୁ ନେଇ କିଛି କ୍ଲାସ ଏବେ ବି ଚାଲିଛି । ସ୍କୁଲରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ରହିଛି ବୋଲି ସେ କହିଛନ୍ତି । ସେହିପରି ଯେଉଁ ଗାଁରେ ପାଣିର ଅଭାବ ରହିଛି, ତାକୁ ତୁରନ୍ତ ଚିହ୍ନଟ କରି ଜଳ ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପ୍ରଭାତ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications