ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ; ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ

ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ । ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଭାରତ ଛାଡ଼ିବାକୁ ପ୍ରକ୍ରିୟା ଆରମ୍ଭ ।

ଜଣେ କି ଦୁଇ ଜଣ ନୁହେଁ । ୧୨ ଜଣ ପାକିସ୍ତାନୀ ନାଗରିକ ଓଡ଼ିଶାରେ ରହିଛନ୍ତି । ତୁରନ୍ତ ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ତୁରନ୍ତ ସେମାନଙ୍କୁ ଖୋଜି ବାହାର କରିବା ସହିତ ପାକିସ୍ତାନ ତଡିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଗୃହ ବିଭାg ପକ୍ଷରୁ କୁହାଯାଉଛି । ୧୨ ଜଣ ପାକିସ୍ତାନୀ ଓଡ଼ିଶାର କେଉଁଠି କେଉଁଠି ରହୁଛନ୍ତି ତାହାର ତଥ୍ୟ ଜଣାପଡିଛି । ସେମାନଙ୍କୁ ତୁରନ୍ତ ଓଡ଼ିଶା ତଥା ଦେଶ ଛାଡି ପାକିସ୍ତାନ ଯିବାକୁ ହେବ । କାରଣ ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଦେଇଛନ୍ତି ।

12 Pakistanis on long-term visas in Odisha Process of issuing notices to leave India begins

ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହୁଛନ୍ତି । ଏମାନେ ସମସ୍ତେ ଲଙ୍ଗ ଟର୍ମ ଭିସା ବା ଲମ୍ବା ସମୟ ଧରି ଭିସା ନେଇ ଓଡ଼ିଶାରେ ରହିଛନ୍ତି । ତେଣୁ ସେମାନଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦେଶ କ୍ରମେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ତୁରନ୍ତ ଓଡ଼ିଶାରୁ ବାହାର କରିବାକୁ ପ୍ରକ୍ରିୟା ଆରମ୍ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଯେ, ଜାମ୍ମୁ କାଶ୍ମୀରର ପହଲଗାମ୍‌ରେ ନୀରିହ ନାଗରିକଙ୍କୁ ଅତି ନିର୍ମମ ଭାବେ ଆତଙ୍କବାଦୀମାନ ଗୁଳି କରି ହତ୍ୟା କରିବା ପରେ ଆକ୍ସନ ମୋଡ୍‌କୁ ଆସିଯାଇଛି ଭାରତ । ପାକିସ୍ତାନ ଉପରେ କୂଟନୈତିକ ଷ୍ଟ୍ରାଇକ୍‌ ଲଗାଇବା ସହ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଦିଆଯାଇଥିଲା । ୪୮ ଘଣ୍ଟା ଭିତରେ ହିଁ ସେମାନଙ୍କୁ ଭାରତ ଛାଡିବାକୁ କୁହାଯାଇଥିଲା । ଦେଶର କେଉଁକେଉଁ ରାଜ୍ୟରେ କେତେ ପାକିସ୍ତାନୀ ରହୁଛନ୍ତି ସେମାନଙ୍କ ଲିଷ୍ଟ ବାହାର କରାଯାଇ ସେମାନଙ୍କୁ ବିଦା କରାଯାଉଛି । ଏହି କ୍ରମରେ ଓଡ଼ିଶାରେ ଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଚିହ୍ନଟ କରି ବାହାର କରିବା ପାଇଁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+