ବିଦେଶରେ ଫସି ରହିଛନ୍ତି ଓଡ଼ିଆ ଯୁବକ, ପାଖରେ ନାହିଁ ପାସପୋର୍ଟ !
Odisha News: ପୁଣି ବିଦେଶରେ ଫସି ରହିଛନ୍ତି ଓଡ଼ିଆ ଯୁବକ । ନିଜ ଦେଶକୁ ଫେରିବା ପାଇଁ ଚାହିଁ ବସିଛନ୍ତି ବାଟ ହେଲେ ପାଖରେ ନାହିଁ ପାସପୋର୍ଟ । ଚାକିରି କରିବା ଆସାରେ ଓଡ଼ିଶାରୁ ଓମାନ ଜାଇଥିଲେ ୧୨ ଜଣ ଯୁବକ । ଯାହା ମଧ୍ୟରୁ ଗଞ୍ଜାମ ଜିଲ୍ଲାର ତାରିଣୀପଲ୍ଲୀ ଗାଁର ବସନ୍ତ କୁମାର ସେଠୀ ମଧ୍ୟ ଫଶିରହିଛନ୍ତି ।

ସୂଚନା ଅନୁସାରେ, ୫ ମାସ ତଳେ ଚାକିରି ଆଶାରେ ନିଜ ଦେଶ ଛାଡି ୧୨ ଜଣ ଯୁବକ ଓମାନରେ ପହଞ୍ଚିଥିଲେ । ହେଲେ କିଛି ଦିନ କାମ କରିବା ପରେ କମ୍ପାନୀ ସମସ୍ତଙ୍କୁ ବାହାର କରି ଦେଇଥିଲା ଏବଂ ଧମକ ମଧ୍ୟ ଦେଇଥିଲା । ଏପରିକି ପାସ ପୋର୍ଟ ମଧ୍ୟ ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି ଫସି ରହିଥିବା ଯୁବକ । ଏପରି ସ୍ଥିତିରେ କିପରି ନିଜ ଦେଶକୁ ଫେରିବେ ସେ ନେଇ ଉଠୁଛି ବଡ଼ ପ୍ରଶ୍ନ ।












Click it and Unblock the Notifications