କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ଗଲେ ୧୨ OAS ଅଧିକାରୀ
ରାଜ୍ୟରେ କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ପଶ୍ଚିମ ଓଡ଼ିଶାକୁ ଗଲେ ୧୨ OAS ଅଧିକାରୀ। ଏହି ଅଧିକାରୀମାନେ କରୋନା ମୁକାବିଲା ଓ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ।
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ପଶ୍ଚିମ ଓଡ଼ିଶାକୁ ଗଲେ ୧୨ OAS ଅଧିକାରୀ। ଏହି ଅଧିକାରୀମାନେ କରୋନା ମୁକାବିଲା ଓ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ।

ନୂଆପଡ଼ା ପାଇଁ ଗଲେ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ୱେତ କୁମାର ଦାସ। ବଲାଙ୍ଗିର ଜିଲ୍ଲା ଗଲେ ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ର। ବରଗଡ଼ ଜିଲ୍ଲାକୁ ଗଲେ ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କର। ସମ୍ୱଲପୁର ଜିଲ୍ଲାକୁ ଗଲେ ମଧୁସୂଦନ ବେହେରା, ପ୍ରଭାତ ସାହୁ ଓ ସନ୍ତୋଷ ଦାସ। ସୁନ୍ଦରଗଡ଼ ଜିଲ୍ଲାକୁ ଗଲେ ଆଶିଷ ଜେନା ଏବଂ ଦେବାଶିଷ ପଟ୍ଟନାୟକ। ତୁରନ୍ତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ଘଟୁଛି। ତୁରନ୍ତ ସଂପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାରୁ OAS ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୨ OAS ମୁକାବିଲା ଓ ପରିଚାଳନାରେ ଜିଲ୍ଲାପାଳମାନଙ୍କୁ ସହଯୋଗ କରିବେ।












Click it and Unblock the Notifications