ବାଲେଶ୍ୱରରେ ୧୨ ଶିଶୁ କରୋନା ପଜିଟିଭ୍

ବାଲେଶ୍ୱରରେ ୧୨ ଶିଶୁ କରୋନା ପଜିଟିଭ୍ । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୪ ଜଣ ପିଲା SNCUରେ ରହି ଚିକିତ୍ସିତ ହେଉଥିବା ବେଳେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର: ବାଲେଶ୍ୱରରେ ୧୨ ଶିଶୁ କରୋନା ପଜିଟିଭ୍ । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୪ ଜଣ ପିଲା SNCUରେ ରହି ଚିକିତ୍ସିତ ହେଉଥିବା ବେଳେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ଜଣ ପିଲାଙ୍କୁ ଅଭିଭାବକଙ୍କ ଇଛାରେ କଟକ ରେଫର କରାଯାଇଛି। ତେବେ ପଜିଟିଭ ଥିବା ୧୨ ଜଣ ପିଲାଙ୍କ ମଧ୍ୟରୁ ୮ ଜଣଙ୍କ ବୟସ ମାସକରୁ ଅଧିକ ଥିବା ସୂଚନା ଦେଇଛନ୍ତି CDMO ଦୁଲାଲସେନ ଜଗଦେବ।

Corona Positive

ଜଗଦେବ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକାଂଶ ଶିଶୁ ସେମାନଙ୍କ ମା'ଙ୍କଠାରୁ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। କାରଣ ଏବେବି ଅଧିକାଂଶ ଗର୍ଭବତୀ ମହିଳା ଟିକା ନେଇ ନାହାନ୍ତି। ତେବେ ଏବେ ଯାଏଁ କୌଣସି ପିଲା ମୃତାହତ ହୋନାହାନ୍ତି। ପିଲାଙ୍କ ଚିକିତ୍ସା ପାଇଁ ୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ପେଡିଆଟ୍ରିକ ୱାର୍ଡ କରାଯାଇଛି। ଏଠାରେ ଆଇସିୟୁ, ଜେନରାଲ ୱାର୍ଡ ପ୍ରମୁଖ ରହିଛି। ଯଦି ଅଧିକ ପିଲା ଆକ୍ରାନ୍ତ ହୁଅନ୍ତି ତେବେ ୧୦୦ ଶଯ୍ୟା ବିଶିଷ୍ଟ ଥିବା ଡିସିଏଚ୍‌ରୁ ପେଡିଆଟ୍ରିକ ପାଇଁ କିଛି ବେଡ୍‌ ରଖିବୁ। ସେଠାରେ ବର୍ତ୍ତମାନ ପାଖାପଖି ୭୦ଟି ବେଡ୍‌ ଖାଲି ରହିଛି।

ଉଲ୍ଲେଖଯୋଗ୍ୟ, 0-18 ବର୍ଷ ବୟସରେ 130 ଜଣ ଗତ 24 ଘଣ୍ଟା ମଧ୍ୟରେ ଓଡିଶାରେ ସଂକ୍ରମିତ ହୋଇଥିଲେ। ଏହା ହେଉଛି ନୂଆ ମାମଲାଗୁଡ଼ିକର 15.31 ପ୍ରତିଶତ । ବୁଧବାର ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ସଂକ୍ରମଣ ହାର 14.7 ପ୍ରତିଶତ ଥିଲା। 0-18 ବୟସ ବର୍ଗର 1390 ଜଣ ଅଗଷ୍ଟ 15 ରୁ କୋଭିଡ ପଜିଟିଭ୍ ହୋଇସାରିଲେଣି । ଯେତେବେଳେ ସରକାର ରାଜ୍ୟରେ ଶିଶୁରୋଗ ଜନସଂଖ୍ୟା ମ୍ୟାପ୍ କରିବା ଆରମ୍ଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+