ରାଜ୍ୟ କ୍ୟାବିନେଟ ବୈଠକରେ 12ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଆଜି ବସିଛି ରାଜ୍ୟ କ୍ୟାବିନେଟ ବୈଠକ । ଯେଉଁଠି 12ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ବର: ଆଜି ବସିଛି ରାଜ୍ୟ କ୍ୟାବିନେଟ ବୈଠକ । ଯେଉଁଠି 12ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିମଧ୍ୟରେ ରହିଛି ଶକ୍ତି ବିଭାଗ ସହ ଜଡିତ ନିଷ୍ପତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶିକ୍ଷା, ଜଳ ବିଭାର ପାଇଁ ଦୁଇଟି, ଦୁଇଟି କୃଷି ଏବଂ କୃଷକ ସଶକ୍ତିକରଣ, ଗୋଟିଏ ଅର୍ଥନୀତି ଓ କୃଷକଙ୍କ ପାଇଁ ନିଷ୍ପତି ହୋଇଛି । ସେହିପରି ଦୁଇଟି ପଞ୍ଚାୟତି ରାଜ ଏବଂ ପାନୀୟ ସମ୍ବନ୍ଧୀୟ, ଗୋଟିଏ ଶ୍ରମ ବିଭାଗ ଏବଂ ଗୋଟିଏ ସଂସଦୀୟ ବିଭାଗ ସହିତ ଜଡିତ ନିଷ୍ପତି ନିଆଯାଇଛି ।

ଏହି ନିଷ୍ପତ୍ତିକ୍ରମେ ସ୍ୱାମୀନାଥନ କମିଟି ସୁପାରିସ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରିବ ରାଜ୍ୟ । ସେହିପରି ଫସଲ ଉତ୍ପାଦନ ଖର୍ଚ୍ଚର ଅତି କମରେ ଅଧିକ ୫୦% ଦେବାକୁ କେନ୍ଦ୍ରକୁ ଅନୁରୋଧ କରିବା ନେଇ ଆଜି ନିଷ୍ପତ୍ତି ହୋଇଛି। ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଫି ଷ୍ଟ୍ରକଚର କମିଟି ଅଧ୍ୟକ୍ଷ ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି। ବିପିୟୁଟି କୁଳପତିଙ୍କ ଜାଗାରେ ଜଣେ ଅବସରପ୍ରାପ୍ତ ଜଜ୍ ରହିବେ ଅଧ୍ୟକ୍ଷ। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ଜଜ୍ ଅଧ୍ୟକ୍ଷ ହେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସେହିପରି ବରଗଡ଼ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ନେଇ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ୨ଟି ପ୍ରକଳ୍ପ ପାଇଁ ୫୦୮ କୋଟି ଓ ୨୧୫ କୋଟିର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପ୍ରକଳ୍ପରେ ୫ଟି ବ୍ଲକର ୩୪୯ ଗାଁରେ ରହୁଥିବା ୫ ଲକ୍ଷ ଲୋକ ପାଣି ପାଇପାରିବେ। ୨୪ ମାସରେ ପ୍ରକଳ୍ପ ଶେଷ ହେବ ବୋଲି ସୂଚନା ଦିଆଯାଇଛି।
ସେହିପରି ଫୁଲବାଣୀରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ କୋରାପୁଟ ମେଡିକାଲ କଲେଜ ଶଯ୍ୟା ସଂଖ୍ୟା ୬୫୦କୁ ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଉଭୟ ନିର୍ମାଣ କାର୍ଯ୍ୟ ୩୬ ମାସରେ ସାରିବାକୁ ସୂଚନା ଦିଆଯାଇଥିବା ବେଳେ ଏହି ଦୁଇ ପ୍ରକଳ୍ପ ପାଇଁ ୬୮୦ କୋଟି ବ୍ୟୟବରାଦ ହୋଇଛି।
ମାନ୍ୟବର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ବିକ୍ରମ କେଶରୀ ଆରୁଖା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ସଚିବ ଦେଓ ରଂଜନ କୁମାର ସିଂ, ମୁଖ୍ୟ ସଚିବ (ଫିନାନ୍ସ) ଅଶୋକ କୁମାର ମୀନା ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ (କୃଷି ଏବଂ କୃଷକ ସଶକ୍ତିକରଣ) ସୌରଭ ଗର୍ଗ, ସଚିବ (ୱାର୍କସ) କୃଷ୍ଣ କୁମାର ଏବଂ ନିର୍ଦ୍ଦେଶକ (ସୂଚାନ ଓ ଲୋକସମ୍ପର୍କ ବିଭାଗ) କ୍ରୁପାସିନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।












Click it and Unblock the Notifications