ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ବନ୍ଦ ପାଳନ
ଆଜି ସମ୍ୱଲପୁର ବନ୍ଦ । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ ରହିବ । ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମାନେ ବାରମ୍ବାର ପ୍ରତିବାଦ ପରେ ମଧ୍ୟ ସମାଧାନର ବାଟ ଫିଟିଲାନି ।

ସମସ୍ୟାର ସମାଧାନ ଦାବିରେ ଆଜି ସମ୍ବଲପୁର ବନ୍ଦ କରିଛନ୍ତି ଚାଷୀ ସଂଗଠନ । ବିଭିନ୍ନ ଛକରେ ଶତାଧିକ ଚାଷୀ ରହି ବନ୍ଦ ପାଳନ କରୁଛନ୍ତି । ଏହାସହ ବିଭିନ୍ନ ଟ୍ରେଡ ୟୁନିୟନ ଓ ବିଜେଡି ଦଳ ମଧ୍ୟ ସମର୍ଥନ ଜଣାଇ ବନ୍ଦରେ ସାମିଲ ହୋଇଛି । ପଶ୍ଚିମ ଓଡିଶାରେ ଗୋଟିଏ ମାସ ବିଳମ୍ବରେ ଧାନ ମଣ୍ଡି ଆରମ୍ଭ ହେଇଥିବା ବେଳେ ଧାନ କ୍ରୟ ଓ ଟୋକାନ ବ୍ୟବସ୍ଥା ଅଚଳ ହେଇପଡିଛି। ସରକାର ଚାଷୀଙ୍କୁ ଟୋକାନ ପହଞ୍ଚେଇ ପାରୁନାହାନ୍ତି। ଏହାର ପ୍ରତିବାଦରେ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
More From
-
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ







Click it and Unblock the Notifications