ଜିଲ୍ଲା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ: କଂଗ୍ରେସ,ବିଜେପିର ସମର୍ଥନ

Odisha

ଭଞ୍ଜନଗର:ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ଡାକରା । ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ଏହି ବନ୍ଦକୁ କଂଗ୍ରେସ, ବିଜେପି, ସାମାଜିକ ସଂଗଠନ ସମ୍ବାଦିକ ସଂଘ ସମର୍ଥନ କରିଛନ୍ତି । ବନ୍ଦ ଡାକରା ଯୋଗୁଁ ବସ୍ ଚଳାଚଳ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି ।

ଆନ୍ଦୋଳନ କାରୀ ପିକେଟିଂ କରି ଗାଡ଼ି ଚଳାଚଳ ବନ୍ଦ କରିଥିଲେ । ହେଲେ କଲେଜ-ସ୍କୁଲ ଖୋଲା ରହିଛି କାରଣ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଜାରି ରହିଛି ସେହିପରି ଜରୁରୀକାଳିନ ସେବାକୁ ମଧ୍ୟ ବାଦ ଦିଆଯାଇଛି ।

ସୂଚନାଥାଉ ଯେ, ଗତ ୩୦ ବର୍ଷ ହେବ ଘୁମୁସରକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇ ଆସୁଛି । ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇପାରୁ ନାହିଁ । ଯେଉଁଥି ପାଇଁ ଆଜି ଘୁମୁସର କ୍ରିୟାନୁଷ୍ଠାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+