ଡିଜିପିଙ୍କ ନିକଟରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ

କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ରବିବାର ଏକାସାଙ୍ଗରେ ୧୧ ଜଣ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଓ୍ବାଇ୍‌.ବି ଖୁରାନିଆଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖ ମାଓବାଦୀଙ୍କ ପାଇଁ ଆତ୍ମସମର୍ପଣର ଡେଡ୍‌ ଲାଇନ ଥିବାବେଳେ ଗତ ୬ ତାରିଖ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶା ଆସି ଫେରି ଯାଇଛନ୍ତି। ଯାହାଫଳରେ ପୋଲିସ ମାଓବାଦୀ ଅପରେଶନକୁ ଆହୁରି ଜୋରଦାର କରିଥିଲା। ଫଳରେ ବିଜିଏନ ଡିଭିଜନରେ ରହିଥିବା ସମସ୍ତ ୧୧ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏହାଦ୍ବାରା ବିଜିଏନ ଡିଭିଜନ ଏବେ ମାଓବାଦୀମୁକ୍ତ ହୋଇଛି। ରାଜ୍ୟରେ ଆହୁରି ୧୫ ଜଣ ମାଓବାଦୀ ରହିଥିବାବେଳେ ଆସନ୍ତା ୩୧ ସୁଦ୍ଧା ସେମାନେ ହିଂସାର ପଥ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଡିଜିପି ଖୁରାନିଆ ଅପିଲ କରିଛନ୍ତି। ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଏହି ସମାରୋହରେ ଏଡିଜେ ଏଏନଓ ସଞ୍ଜୀବ ପଣ୍ଡା, ଆଇଜି ଦୀପକ କୁମାର, ଆଇଜି ସିଆର୍‌ ପିଏଫ୍‌ ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି ଅଖିଲେନ୍ଦ୍ର ସିଂହ, କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶ, ଏସ୍‌ପି ନାଗରାଜ ଦେବର କୋଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Maoists
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+