୧୧ ଓଡ଼ିଆ ପାଇଲେ ପଦ୍ମ ପୁରସ୍କାର

ଓଡ଼ିଶାର ମୋଟ ୧୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ଜଣାଶୁଣା ସାହିତ୍ୟକ ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରାଯଇଛି । ତେବେ ତାଲିକାରେ ୭ ଜଣଙ୍କୁ ପଦ୍ମଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଓଡ଼ିଶାର ମୋଟ ୧୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି।

 Padma Awards

ଓଡ଼ିଶାର ଜଣାଶୁଣା ସାହିତ୍ୟକ ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ଜୈବ୍ୟ କୃଷିରେ ବିପ୍ଲବ ଆଣିଥିବା ଓଡ଼ିଆ ବାପା ଓ ଝିଅ ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ମିଳିଛି ପଦ୍ମଶ୍ରୀ। ପ୍ରଫେସର ରାଧାମୋହନଙ୍କୁ ମରୋଣତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି। ପ୍ରଫେସର ରାଧାମୋହନଙ୍କ ପତ୍ନୀ ଆଜି ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି। ସେହିପରି ଝିଅ ସାବରମତୀ, ରାଷ୍ଟ୍ରପତିଙ୍କ ପାଖରୁ ସମ୍ମାନ ନେଇଛନ୍ତି।

ସେହିପରି ସାନ୍ତାଳୀ ଭାଷାରେ ପାରଦର୍ଶିତା ଓ ଦକ୍ଷତା ପ୍ରଦର୍ଶନ କରିଥିବାରୁ ଡକ୍ଟର ଦମୟନ୍ତି ବେସରା, ଶିକ୍ଷା ଓ ସାହିତ୍ୟ ପାଇଁ ବୀଣାପାଣି ମହାନ୍ତି ଓ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମିତ୍ରଭାନୁ ଗୁଣ୍ଟିଆ (କଳା), ସ୍ୱର୍ଗତ ମନମୋହନ ମହାପାତ୍ର (କଳା), ଦିଗମ୍ବର ବେହେରା (ମେଡିସିନ୍), ଉତ୍ସବ ଚରଣ ଦାସ (କଳା), ବଟକୃଷ୍ଣ ସାହୁଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିଛି।

ସୂଚନାଥାଉ କି, ଚଳିତ ବର୍ଷ ଏପ୍ରିଲ୍‌ ୨୭ ତାରିଖରେ ମନୋଜ ଦାସଙ୍କ ଦେହାନ୍ତ ହୋଇଥିଲା। ଏହା ପୂର୍ବରୁ ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୬ରେ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+