Get Updates
Get notified of breaking news, exclusive insights, and must-see stories!

ନବୀନ ନିବାସ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ; ମାଟ୍ରିକ ପରୀକ୍ଷା ନେଇ କ'ଣ କହିଲେ ମନ୍ତ୍ରୀ ? ଜାଣନ୍ତୁ

ପରୀକ୍ଷା ଦ୍ୱନ୍ଦ୍ୱ ଦୂର ପାଇଁ ନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ । ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ପାଇଁ ଦାବି କରାଯାଇଛି ।

ଭୁବନେଶ୍ବର: ପରୀକ୍ଷା ଦ୍ୱନ୍ଦ୍ୱ ଦୂର ପାଇଁ ନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ । ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ପାଇଁ ଦାବି କରାଯାଇଛି । ସ୍ଥଗିତ ଥିବା ଦଶମ ଶ୍ରେଣୀ ପରୀକ୍ଷା ଆଗକୁ ହେବ ନା ନାହିଁ ? ଯଦି ହେବ ଅଫଲାଇନରେ ହେବ ନା ଅନଲାଇନରେ ହେବ ? ଏହି ଦ୍ୱନ୍ଦ୍ୱ ଦୂର ପାଇଁ ଆଜି ନବୀନ ନିବାସ ଯାଇଥିବା ଛାତ୍ରଛାତ୍ରୀ ଫରେଷ୍ଟ ପାର୍କକୁ ଫେରି ଆସି ରାସ୍ତାରେ ଧାରଣାରେ ବସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ଛାତ୍ରଛାତ୍ରୀମାନେ ଫେରିଛନ୍ତି ।

naveen niwas

ସେପଟେ ପରୀକ୍ଷା ଦ୍ୱନ୍ଦ୍ବ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମତ ରଖିଛନ୍ତି । ସେ କହିଛନ୍ତି, ସରକାରୀ ଓ ଶିଶୁ ମନ୍ଦିର ପିଲା ମାଟ୍ରିକ ପରୀକ୍ଷା ବାତିଲ ପାଇଁ ଚିଠି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜୁନ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନେବେ। ଆମ ପ୍ରମୁଖ ସଚିବ ଆସୋଲେସନରେ ଅଛନ୍ତି। ମତେ ବି ପିଲାମାନେ ଭେଟିଛନ୍ତି। ବିଭିନ୍ନ ଦୃଷ୍ଟିରୁ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ। ବାତିଲ ହେବ କି ନାହିଁ, ସେ ସବୁ ଦିଗ ଉପରେ ତର୍ଜମା କରାଯାଉଛି। ବାତିଲ ହେଲେ କେମିତି ମାର୍କ ଦିଆଯିବ, ସେ ସବୁ ସମୀକ୍ଷା କରାଯାଉଛି। ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ସେହିପରି ଅନଲାଇନରେ ପାଠପଠା ଓ ପରୀକ୍ଷା ପାଇଁ ନେଟୱାର୍କ ବାଧା ସାଜିଛି । ଏନେଇ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ବାରମ୍ବାର ଚିଠି ଲେଖିଛନ୍ତି କନେକ୍ଟିଭିଟି ବଢ଼ାଇବାକୁ। ମୁଖ୍ୟତଃ ଆଦିବାସୀ ଅଂଚଳରେ ଅଧିକ ଆବଶ୍ୟକତା ରହିଛି। ଆଶା କରିବା ଖୁବଶୀଘ୍ର ସମସ୍ୟାର ସମାଧାନ ହୋଇପାରିବ ଓ ଅନଲାଇନରେ ଭଲ ସେ ପାଠପଢା ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+