ଆଜି ବିଜ୍ଞାନ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ
ଆଜି ବିଜ୍ଞାନ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ । ୨୧ ତାରିଖଠୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ପରୀକ୍ଷା ସମୟରେ କପି ରୋକିବା ପାଇଁ କଡ଼ାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ପରୀକ୍ଷା ସୁପରିଚାଳନା ପାଇଁ ଏଥର ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ଥର ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଙ୍ଗର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ରାଜ୍ୟରେ ଚଳିତ ବର୍ଷ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଫେବ୍ରୁଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ଶେଷ ହେବ । ଖାସ କଥା ହେଲା ଏଥର ପ୍ରଶ୍ନପତ୍ରରେ ସିରିଏଲ ନମ୍ବର ଓ କ୍ୟୁଆର କୋଡ ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications