ଏଥର ୧୦ମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଛପାଇବନି ବୋର୍ଡ, ପ୍ରଧାନ ଶିକ୍ଷକମାନେ କରିବେ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷାଣ୍ମାସିକ ପରୀକ୍ଷା ଏଥର ବୋର୍ଡ ଆୟୋଜନ କରିବ ନାହିଁ । ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ତଥା ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଏହି ଅର୍ଦ୍ଧବାର୍ଷିକୀ ପରୀକ୍ଷା ବିଦ୍ୟାଳୟ ସ୍ତରରେ ପ୍ରଧାନ ଶିକ୍ଷକମାନେ ହିଁ ଆୟୋଜନ କରାଇବେ । ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଷାଣ୍ମାସିକ ପରୀକ୍ଷା ଆୟୋଜନ କରାଇବା ଲାଗି ବୋର୍ଡ ପକ୍ଷରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ରହିଥିଲେ ହେଁ ତାହା କେବଳ କାଗଜପତ୍ରରେ ସୀମିତ ରହିଛି ।

10th Class half yearly exam

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ରାଜ୍ୟରେ କୌଣସି ବିଦ୍ୟାଳୟ ସ୍ତରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ଆୟୋଜନ ହୋଇପାରିନାହିଁ । ଯାହାକୁ ନେଇ ଶିକ୍ଷାବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା ଆୟୋଜନକୁ ନେଇ ଏକ ମାର୍ଗଦର୍ଶିକା ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଛି । ପ୍ରାୟ ୪ ବର୍ଷ ହେବ ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକୀ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଜିଲ୍ଲା ସ୍ତରକୁ ପଠାଯାଉଥିଲା । ଉକ୍ତ ପ୍ରଶ୍ନପତ୍ର ପ୍ରଧାନ ଶିକ୍ଷକମାନେ ଗ୍ରହଣ କରି ନିଜ ଉଦ୍ୟମରେ ପରୀକ୍ଷା କରାଉଥିଲେ। ସେହିପରି ମୂଲ୍ୟାୟନ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଉଥିଲା । ତେବେ ଉକ୍ତ ପରୀକ୍ଷାର ନମ୍ବରକୁ ମାଟ୍ରିକ୍‌ ମୂଲ୍ୟାୟନରେ ଅନ୍ତର୍ଭୁକ୍ତ କରାଯାଉନଥିବାରୁ ବୋର୍ଡ ପ୍ରଶ୍ନପତ୍ର ପ୍ରସ୍ତୁତିରୁ ଏବେ ଦୂରେଇ ରହିଛି ।

କୋଭିଡ୍‌ ପରଠାରୁ ମାଟ୍ରିକ୍‌ ପରୀକ୍ଷାର୍ଥୀ ତଥା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟ ଖସଡ଼ା (ସିଲାବସ୍‌) ଏବଂ ପରୀକ୍ଷା ବ୍ୟବସ୍ଥାରେ ବୋର୍ଡ ପକ୍ଷରୁ ଅନେକ ପରିବର୍ତ୍ତନ ହୋଇଥିଲା । ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ସିଲାବସ୍‌କୁ ଟର୍ମ-୧ ଓ ଟର୍ମ-୨ରେ ବିଭକ୍ତ କରାଯାଇଛି । ଟର୍ମ-୧ ରେ ବହିର ଅଧା ବିଷୟ ପାଠ ପଢ଼ିବା ମଧ୍ୟରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନେ ଇଣ୍ଟରନାଲ ଆସେସମେଣ୍ଟ-୧ ଓ ଇଣ୍ଟରନାଲ୍‌ ଆସସେମେଣ୍ଟ-୨ ପରୀକ୍ଷା ଦେବେ । ତେବେ ଏହି ଇଣ୍ଟରନାଲ୍‌ ଆସସେମେଣ୍ଟ୍‌-୧ ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ସାରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଇଣ୍ଟରନାଲ୍‌ ଆସେସମେଣ୍ଟ-୨ ପରୀକ୍ଷା ଅଗଷ୍ଟ ଶେଷ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ରହିଛି ।

ସେହିପରି ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଷାଣ୍ମାସିକ ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ତେବେ ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା ଆୟୋଜନକୁ ନେଇ ଏକ ମାର୍ଗଦର୍ଶିକା ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଛି । ପ୍ରାୟ ୪ ବର୍ଷ ହେବ ବୋର୍ଡ ପକ୍ଷରୁ ଦଶମ ଅର୍ଦ୍ଧ ବାର୍ଷିକୀ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଜିଲ୍ଲା ସ୍ତରକୁ ପଠାଯାଉଥିଲା । ଉକ୍ତ ପ୍ରଶ୍ନପତ୍ର ପ୍ରଧାନ ଶିକ୍ଷକମାନେ ଗ୍ରହଣ କରି ନିଜ ଉଦ୍ୟମରେ ପରୀକ୍ଷା କରାଉଥିଲେ। ସେହିପରି ମୂଲ୍ୟାୟନ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଉଥିଲା । ତେବେ ଉକ୍ତ ପରୀକ୍ଷାର ନମ୍ବରକୁ ମାଟ୍ରିକ୍‌ ମୂଲ୍ୟାୟନରେ ଅନ୍ତର୍ଭୁକ୍ତ କରାଯାଉନଥିବାରୁ ବୋର୍ଡ ପ୍ରଶ୍ନପତ୍ର ପ୍ରସ୍ତୁତିରୁ ଏବେ ଦୂରେଇ ରହିଛି ।

ଅନ୍ୟପକ୍ଷରେ ଉକ୍ତ ପରୀକ୍ଷାକୁ ନେଇ ଗତବର୍ଷ ବିଦ୍ୟାଳୟ ସ୍ତରରେ ପ୍ରଶ୍ନପତ୍ରରେ ବିଭ୍ରାଟ ହେବାରୁ ବୋର୍ଡ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ହିଁ ଉକ୍ତ ପରୀକ୍ଷା ଆୟୋଜନ କରାଇବା ଲାଗି ବ୍ୟବସ୍ଥା ରହିଥିଲେ ବି ତାହା ଧାର୍ଯ୍ୟ ସମୟ ମଧ୍ୟରେ ହୋଇପାରିନଥିବା ସୂଚନା ମିଳିଛି । ଉକ୍ତ ପରୀକ୍ଷା ପାଇଁ ବିଦ୍ୟାଳୟ ସ୍ତରରେ କର୍ତ୍ତୃପକ୍ଷ ପ୍ରସ୍ତୁତ ହୋଇନଥିବାରୁ ସେପ୍ଟେମ୍ବର ଶେଷ ସୁଦ୍ଧା ମଧ୍ୟ ଉକ୍ତ ପରୀକ୍ଷା ହେବା ସମ୍ଭବ ନୁହେଁ ବୋଲି ସୂଚନା ମିଳିଛି । ସେହିପରି କଟକ ସମେତ କେତେକ ଜିଲ୍ଲାର ବିଦ୍ୟାଳୟରେ ଇଣ୍ଟରନାଲ୍‌ ଆସେମେଣ୍ଟ୍‌ ପରୀକ୍ଷା ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ସରି ପାରିନଥିବା ଖବର ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+