ଟ୍ରକକୁ ପିଟିହେଲା ୧୦୮ ଆମ୍ବୁଲାନ୍ସ; ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର

ଟ୍ରକ୍ ପଛରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଥିଆ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

accident

ଆମ୍ବୁଲାନ୍ସଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ରୋଗୀଙ୍କୁ ନେଇ କଟକ ଶିଶୁ ଭବନରେ ଛାଡିଥିଲା। ଏହାପରେ ଗାଡ଼ିଟି ଫେରୁଥିବା ବେଳେ ରଥିଆ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦ୍ରୁତ ଗତିରେ ଥିବା ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଟ୍ରକ୍‌ ପଛ ପଟକୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକ୍‌ ପଛପଟେ ଆମ୍ବୁଲାନ୍ସଟି ଚେପା ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସର ସହାୟକ ହେମନ୍ତ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଛି ।

ଖବର ପାଇ ଦମକଳ ବାହିନୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆମ୍ବୁଲାନ୍ସଟିକୁ କାଟିବା ପରେ ଦମକଳ ବାହିନୀ କର୍ମଚାରୀ ସେଥିରୁ ଡ୍ରାଇଭରଙ୍କୁ ବାହର କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି ।

କିଛି ଦିନ ପୂର୍ବେ ବାରିପଦାରେ ପାଟ୍ରୋଲିଂ ବେଳେ ଏକ ପୁଲିସ୍‌ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଥିଲା। ଉକ୍ତ ସମୟରେ ବି ଆମ୍ବୁଲାନ୍ସଟି ଦ୍ରୁତ ଗତିରେ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଇଥିଲାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+