ସ୍ୱଭାବିକ ହେଲା ୧୦୮ ଆମ୍ବୁଲାନ୍ସ ସେବା
Odisha News: ୨ ଦିନ ପରେ ସ୍ୱଭାବିକ ହେଲା ଆମ୍ବୁଲାନ୍ସ ସେବା, ସୂଚନା ଦେଲା ୧୦୮ କର୍ମଚାରୀ ମହାସଂଘ । ତେବେ ବର୍ତ୍ତମାନ ଅନରୋଡ୍ ମୋଡରେ ଚାଲିବ ଆମ୍ବୁଲାନ୍ସ । ତେବେ କର୍ମଚାରୀଙ୍କୁ ପୁନଃ ନିଯୁକ୍ତିକୁ ନେଇ କିଛି ନିଷ୍ପତି ହୋଇନଥିବାରୁ ଅଫରୋଡ ମୋଡରେ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ସଂଘ ନିଷ୍ପତ୍ତି ନେଇଥିଲା । ଅନେକ ଦାବି ନେଇ ରାଜରାସ୍ତାକୁ ଉହ୍ଲାଇଥିଲେ ଆମ୍ବୁଲାନ୍ସ କର୍ମଚାରୀ ଯେଉଁଥି ପାଇଁ ପ୍ରଭାବିତ ହୋଇଥିଲା ରୋଗୀ ସେବା ।

ସୂଚନା ଅନୁସାରେ, ସମାନ କାମକୁ ସମାନ ଦରମା ସହ ବିଭିନ୍ନ ଦାବିରେ କର୍ମଚାରୀଙ୍କ ପ୍ରତିବାଦ କରିଥିଲେ । ମଙ୍ଗଳବାରଠୁ ଜିପିଏସ୍ ବଟନ ବନ୍ଦ କରି ଅଫ୍ ରୋଡ ମୋଡରେ ଆମ୍ବୁଲାନ୍ସ ଚଳାଇବାର ନିଷ୍ପତ୍ତି ନେଇଥିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଫଳରୋ ରୋଗୀ ସେବା ପ୍ରଭାବିତ ହୋଇଥିଲା । ତେବେ ବର୍ତ୍ତମାନ ଗ୍ରାଚ୍ୟୁଟି ପାଇଁ ପୂର୍ବ ଠିକା ସଂସ୍ଥା ସହ ଅଲୋଚନା କରାଯାଉଥିବା କହିଛନ୍ତି ୧୦୮ ଆମ୍ବୁଲାନ୍ସ ସର୍ଭିସର ରାଜ୍ ମୁଖ୍ୟ ।












Click it and Unblock the Notifications