୧୦୮ ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର । ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ । ଏଣିକି ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ମାସିକ ମିଳିବ ୫ ହଜାର ଟଙ୍କା । ଆମ୍ବୁଲାନ୍ସ ହେଲପରଙ୍କୁ ମାସିକ ମିଳିବ ୩ ହଜାର ଟଙ୍କା । ବର୍ତ୍ତମାନ ପାଉଥିବା ବେତନ ସହ ଅତିରିକ୍ତ ଭାବେ ମିଳିବ ପ୍ରୋତ୍ସାହନ ରାଶି ।

ଚଳିତ ଫେବ୍ରୁଆରିରୁ ଏହା ଲାଗୁ ହେବ । ବେସିକ ଦରମା ବାଦ ସେମାନେ ଏହି ଭତ୍ତା ପାଇବେ । ଏହି ଅର୍ଥ ରାଜ୍ୟ ଆମ୍ବୁଲାନ୍ସ ଷ୍ଟାଫ ପାଣ୍ଠିରୁ ପ୍ରଦାନ କରାଯିବ । ସ୍ୱତନ୍ତ୍ର ଭତା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁରୀ ଦେଇଛନ୍ତି । ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀମାନେ ଉଲ୍ଳେଖନୀୟ କାମ କରିଆସୁଛନ୍ତି । ଏପରକି କୋଭିଡ ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

108 ambulance

ବିଭିନ୍ନ ଜିଲ୍ଲାଗସ୍ତ କାଳରେ ଭତ୍ତା ବଢାଇବା ଲାଗି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିକଟରେ ଅନୁରୋଧ କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ । ଜରୁରୀ ମେଡିକାଲ ଆମ୍ବୁଲାନ୍ସ ସେବା ପାଲଟିଛି ଲାଇଫଲାଇନ । ରାଜ୍ୟରେ ବର୍ତ୍ତମାନ ୪୧୧ ଏଏଲଏସ ଆମ୍ବୁଲାନ୍ସ ସମେତ ୧୩୬୬ଟି ଆମ୍ବୁଲାନସ ଓ ୬ଟି ବୋଟ ଆମ୍ବୁଲାନ୍ସ ରହିଛି । ପ୍ରତିମାସରେ ପ୍ରାୟ ୧ ଲକ୍ଷ ୩୦ ହଜାର ରୋଗୀଙ୍କୁ ସେବା ଯୋଗାଉଛି ୧୦୮ ଆମ୍ବୁଲାନ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+