ବନ୍ଦ କୋଠରୀରୁ ୧୦୭ ବସ୍ତା ବିସ୍ଫୋରକ ଜବତ
ବନ୍ଦ କୋଠରୀରୁ ୧୦୭ ବସ୍ତା ବିସ୍ଫୋରକ ଜବତ। ବୈଶିଙ୍ଗା ଥାନା ୧୮ନଂ ଏନ୍ଏଚ୍ ପଦ୍ମନାଭପୁର ଗାଁରୁ ଜବତ। ୩ ଡ୍ରମ୍ ମେଟାଲ୍ ପାଉଡର ସହ ବାରୁଦ ଜବତ କରିଛି ପୋଲିସ। ଘର ମାଲିକକୁ ଅଟକ ରଖି ପୋଲିସର ପଚାରାଉଚରା ।

ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ପଦ୍ମନାଭ ପୁର ଗାଁ ୩ଶହ ପରିବାର ଜୀବନ ବାଜିରେ ଲାଗିଥିଲା। ଗ୍ରାମବାସୀଙ୍କ ଅଗୋଚରରେ ଗାଁ ଭିତରେ ଏକ ବନ୍ଦ କୋଠରୀରେ ଗଛିତ ରହୁଥିଲା ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ। ଖବରପାଇ ପୁଲିସ ଆତର୍କିତ ଚଢ଼ଉ କରିଥିଲା। ୧୦୭ବସ୍ତା ବିସ୍ଫୋରକ ସାମଗ୍ରୀ ସମେତ ୩ଡ୍ରମ ମେଟାଲ ପାଉଡର ଓ ବାରୂଦ ଜବତ ହୋଇଛି। ଘର ମାଲିକକୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି।
ସୂଚନା ଅନୁଯାଇ ପଦ୍ମନାଭପୁର ଗାଁରେ ବୈଶିଙ୍ଗା ଅଞ୍ଚଳର ସମୀର ପଣ୍ଡାଙ୍କର ଏକାଧିକ ଏଜବେଷ୍ଟସ ଘର ରହିଛି। ଏମିତି ବି ସେଠାରେ କିଛି ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବାବେଳେ କିଛି ଘର ଗୁଡିକୁ ସେ ଭଡା ସୂତ୍ରରେ ଲୋକଙ୍କୁ ଦେଇଛନ୍ତି । ତେବେ ବୁଧବାର ସନ୍ଧ୍ୟାରେ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ ବିଶେଷ ସୂତ୍ରରୁ ଖବର ପାଇ ସେହି ସ୍ଥାନରେ ଚଢ଼ାଉ କରିଥିଲେ। ତେବେ ସବୁ ଘର ଖୋଲା ସାରିଥିବାବେଳେ ଗୋଟେ ତାଲା ମରାଯାଇଥିବା ଘରର ଚାବି ମିଳି ନଥିଲା। ଯୋଉଁଥିପାଇଁ ଘର ମାଲିକ ଓ ପୁଲିସ ଉପସ୍ଥିତିରେ ତାଲା ଭଙ୍ଗା ଯାଇଥିଲା। ତାଲା ଭାଙ୍ଗିବା ପରେ ଘର ଭିତର ଦୃଶ୍ୟ ଦେଖି ସମସ୍ତେ ଅବାକ ହୋଇଯାଇଥିଲେ।
ଜନ ବସତି ଭିତରେ ଥିବା ସେହି ଘରଟି ସମ୍ପୂର୍ଣ୍ଣ ବାଣ ପ୍ରସ୍ତୁତ କରାଯାଉଥିବା ବିସ୍ଫୋରକ ସାମଗ୍ରୀରେ ଭର୍ତ୍ତି ଥିଲା। ପରେ ଘଟଣା ସ୍ଥଳରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ଓ ଅତିରିକ୍ତ ତହସିଲଦାର ଓ ବ୍ୟାପକ ଫୋର୍ସ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ପ୍ରଥମେ ଏତେ ପରିମାଣରେ ବିସ୍ଫୋରକ ଦେଖି ପୁଲିସ ଅସ୍ତବ୍ୟସ୍ତ ହୋଇଯାଇ ଥିବାବେଳେ ପରେ ଗ୍ରାମବାସୀ ଙ୍କ ସହାୟତାରେ ସାବଧାନତା ଅବଲମ୍ବନ ପୂର୍ବକ ଉକ୍ତ ଘରୁ ୧୦୭ ବସ୍ତା ବିସ୍ଫୋରକ ସାମଗ୍ରୀ, ୩ ଡ୍ରମ ମେଟାଲ ପାଉଡର ଓ ବାରୂଦ ସବୁକୁ ଜବତ ପୂର୍ବକ ବାହାରକୁ ଆଣି ଥିଲେ ଓ ୩ଟି ପିକଅପ ଭ୍ୟାନରେ ବୋଝେଇ କରି ଥାନାକୁ ନେଇ ଆସିଥିଲେ।
ତେବେ କିଛି ପ୍ରତକ୍ଷଦର୍ଶି ଗ୍ରାମବାସଙ୍କ କହିବା କଥା ସେମାନେ ପ୍ରାୟତଃ ଦିନ ବିଳମ୍ବିତ ରାତିରେ ଗୋଟେ ଦୁଇଟି ଭ୍ୟାନରେ ବସ୍ତାରେ କିଛି ସାମଗ୍ରୀ ଆସି ସେହି ଘରେ ଗଛିତ ରଖାଯାଏ ବୋଲି ଦେଖିଥିଲେ, ହେଲେ ବିସ୍ଫୋରକ ବୋଲି ଆଦୌ ଜାଣି ନଥିଲେ। ତେବେ ଘନ ଜନବସତିପୂର୍ଣ୍ଣ ଏହି ଗାଁ ଭିତରେ ଗୋଟିଏ ଘରେ ଏତେ ପରିମାଣରେ ବିସ୍ଫୋରକ ସାମଗ୍ରୀ ଗଛିତ ରହିଥିବା ଜାଣିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଯଦି ବିସ୍ଫୋରଣ ଘଟି କିଛି ବି ଅଘଟଣ ଘଟିଥାନ୍ତା ତାହେଲେ କିଏ ଏଥିପାଇଁ ଦାୟୀ ରହିଥାନ୍ତା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଏହିଠାରୁ ହିଁ ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଗ୍ରାମରେ ଚାଲିଥିବା ବ୍ୟାପକ ବେଆଇନ ବାଣ ପ୍ରସ୍ତୁତକାରୀଙ୍କୁ କଞ୍ଚାମାଲ ଯୋଗାଇ ଦିଆଯାଉଥିବା ନେଇ ଚର୍ଚ୍ଚା ହେଉଛି।
ତେବେ ପୁଲିସ ସୂଚନା ଅନୁଯାଇ ଲୁହା କବାଟ ଲାଗିଥିବା ଗୃହର ଘର ମାଲିକ ସ୍ଥାନୀୟ ବୈଶିଙ୍ଗା ଅଞ୍ଚଳରେ ରହୁଥିବା ବାଣ ବ୍ୟବସାୟୀ ପ୍ରଶାନ୍ତ ସାହୁ ୩ବର୍ଷ ହେଲା ଭଡା ସୂତ୍ରରେ ଦେଇଥିବାର ସୂଚନା ମିଳିଛି। ତେବେ ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିବା ସହିତ ପ୍ରଶାନ୍ତ ସାହୁକୁ ଖୋଜି ପାଇ ନଥିବାବେଳେ ଘର ମାଲିକକୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ଆସନ୍ତା କାଲି ବମସ୍କ୍ୱାର୍ଡ ସାହାଯ୍ୟରେ ବିସ୍ଫୋରକ ସବୁକୁ ନଷ୍ଟ କରିବା ନେଇ ପୁଲିସ ସୂଚନା ଦେଇଛି।












Click it and Unblock the Notifications