ରାଜ୍ୟରେ ଚାଲିବ ୧୦୦୦ ଇ-ବସ୍‌; ଦେଶରେ ଏବେ ଳାଚଳ କରୁଛି ୧୪୩୨୯ଟି ଇ-ବସ୍‌

ଓଡ଼ିଶା ଇଲେକ୍ଟ୍ରିକ୍‌ ବସ୍‌ (ଇ-ବସ୍‌) ଚଳାଚଳରେ ଦେଶରେ ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି। ରାଜ୍ୟରେ ଏବେ ୪୫୦ଟି ଇ-ବସ୍‌ ଚଳାଚଳ କରୁଥିବାବେଳେ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରାଯାଇଛି। ସହରଗୁଡିକୁ ସ୍ବଚ୍ଛ, ସ୍ମାର୍ଟ ଏବଂ ଅଧିକ ଯାତ୍ରୀ ଅନୁକୂଳ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗର ସୂଚନାନୁସାରେ, ଦେଶରେ ଏବେ ୧୪୩୨୯ଟି ଇ-ବସ୍‌ ଚଳାଚଳ କରୁଛି। ଦିଲ୍ଲୀରେ ସର୍ବାଧିକ ୩୫୬୪ ଇ-ବସ୍‌ ଚଳାଚଳ କରୁଥିବାବେଳେ ମହାରାଷ୍ଟ୍ରରେ ୩୨୯୬, କର୍ନାଟକରେ ୨୨୩୬ ଏବଂ ଉତ୍ତର ପ୍ରଦେଶରେ ୮୫୦ଟି ଇ-ବସ୍‌ ଚାଲୁଛି। ତେବେ ଓଡ଼ିଶା ସହରାଞ୍ଚଳରେ ପରିବେଶ ଅନୁକୂଳ ଗମନାଗମନ କ୍ଷେତ୍ରରେ ନିର୍ଣ୍ଣାୟକ ପଦକ୍ଷେପ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ (୩୯୧), ଆନ୍ଧ୍ର ପ୍ରଦେଶ (୨୩୮), ଛତିଶଗଡ଼ (୨୧୫) ଏବଂ ଝାଡ଼ଖଣ୍ଡ (୪୬)କୁ ଏ କ୍ଷେତ୍ରରେ ପଛରେ ପକାଇଛି। କେନ୍ଦ୍ର ସରକାର ପିଏମ୍‌-ଇ ବସ୍‌ ସେବା ଏବଂ ପିଏମ୍‌-ଇ-ଡ୍ରାଇଭ୍‌ ଭଳି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।

1000 e-buses to run in the state

ଓଡ଼ିଶାରେ ଆମ ବସ୍‌ ସେବା ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଏହି ସହାୟତାର ଲାଭ ଉଠାଇବାରେ ସକ୍ରିୟ ରହିଛି ଏବଂ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଓ ଅନୁଗୋଳକୁ ଆମ ବସ୍‌ ସେବା ସମ୍ପ୍ରସାରଣ ପାଇଁ ପ୍ରସ୍ତୁତି ଚଳାଇଛି। ଆମ ବସ୍‌ ସେବାର ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରିବା ପାଇଁ କ୍ରୁଟ ଡିପୋ ଏବଂ ଟର୍ମିନାଲରେ ଚାର୍ଜିଂ ଷ୍ଟେଶନ ସ୍ଥାପନ କରାଯାଉଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶାର ସବୁଜ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଇ-ପରିବହନରେ ଓଡ଼ିଶାର ଦ୍ରୁତ ଅଗ୍ରଗତି ଉଭୟ ପରିବେଶ ଏବଂ ଲୋକଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା କହିଛନ୍ତି। ଏବେ ଓଡ଼ିଶାରେ ଇ-ବସ୍‌ ମୁଖ୍ୟତଃ ଭୁବନେଶ୍ୱର, କଟକ ଏବଂ ପୁରୀର ଯାତ୍ରୀମାନଙ୍କୁ ସେବା ପ୍ରଦାନ କରୁଥିବା ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+