ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି, ବଜେଟରେ ଘୋଷଣା
ସରକାର ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ମୋହନ ସରକାର । ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ । ପୁରୀଠାରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରି କେନ୍ଦ୍ର ପ୍ରତିଷ୍ଠା ପାଇଁ ୧,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

'ସମର୍ପଣ' ଡିଜିଟାଲ ହୁଣ୍ଡି: ଶ୍ରୀଜଗନ୍ନାଥ ମନ୍ଦିରକୁ ଦାନ ପ୍ରକ୍ରିୟାକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ 'ସମର୍ପଣ' ନାମରେ ଏକ ଅନଲାଇନ୍ ଡିଜିଟାଲ ହୁଣ୍ଡି ବ୍ୟବସ୍ଥା ଆରମ୍ଭ କରାଯିବ । ଏହା ଦ୍ୱାରା ଦେଶ ବିଦେଶର ଭକ୍ତମାନେ ସହଜରେ ଦାନ କରିପାରିବେ ।
ରତ୍ନଭଣ୍ଡାର ଗଣତି: ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ଅଳଙ୍କାର ଗଣତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବଜେଟରେ ୫ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ପ୍ରସ୍ତାବ ଦିଆଯାଇଛି ।












Click it and Unblock the Notifications