ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ୧୦୦୦ କୋଟି
୨୦୨୪-୨୫ ଆର୍ଥିକ ବର୍ଷ ଲାଗି ମୋଟ ୨ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର । ସେଥିରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ଏହି କ୍ରମରେ ରାଜ୍ୟ ସରକାର ରାଜ୍ୟରେ ନିର୍ମାଣ ହେବାକୁ ଥିବା ମେଟ୍ରୋଟ୍ରେନ୍ ପ୍ରୋଜେକ୍ଟ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଭୂବନେଶ୍ୱର ପାଇଁ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ୨୦୨୪ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।












Click it and Unblock the Notifications