ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ; କେତେ ପୂରଣ ହେଇଛି ପ୍ରତିଶ୍ରୁତି ? ପୁରୀରେ ବିରାଟ କାର୍ଯ୍ୟକ୍ରମ
ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ । ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି । ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ ଓ ସାଂସଦ ସାମିଲ ହେବେ।
ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ୨୦ରୁ ୨୨ ତାରିଖ ଯାଏଁ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ତେଣେ ଜିଲ୍ଳା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପୁରୀରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଏସପିଙ୍କ ସୂଚନା ଅନୁସାରେ ପ୍ରାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଶ୍ରୀମନ୍ଦିରରେ ମଧ୍ୟ ମନ୍ତ୍ରୀ ପରିଷଦ ଏବଂ ସାଂସଦ ମାନେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ସେଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ।

୨୦୨୪ ନିର୍ବାଚନ : କଣ ପ୍ରତିଶ୍ରୁତି ଦେଇଥିଲା ବିଜେପି?
- ଧାନର ଏମଏସପି ୩୧୦୦ ଟଙ୍କା ।
- ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର
- ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ମେଡ଼ିକାଲ,
- ଇଞ୍ଜିନିୟରିଂ, ଆଇନ ପାଠ୍ୟକ୍ରମ ଓଡ଼ିଆରେ ପ୍ରଚଳନ
- ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବ ରନ୍ଭଣ୍ଡାର ଖୋଲିବ, ଚାବି ହଜିବାର ତଦନ୍ତ
- ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ
- ଡ୍ରପ୍ ଆଉଟ ରୋକିବାକୁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା
- ୩୦୦୦ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ସୂର୍ୟ୍ୟଘର ଯୋଜନାରେ ମାଗଣା ବିଜୁଳି
- ଏହାବାଦ୍ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର ହୋଇଥୁଲା ବିଜେପି ।
ଖୋଲିଲା ଶ୍ରୀମନ୍ଦିର ଚାରିଦ୍ଵାର :
ମୋହନଙ୍କ କ୍ୟାବିନେଟର ପ୍ରଥମ ବୈଠକରେ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବାକୁ ହୋଇଥିଲା ନିଷ୍ପତ୍ତି ସରକାର ଗଠନର ୨୪ ଘଣ୍ଟା ମଧ୍ଯରେ ଖୋଲିଥିଲା ଶ୍ରୀମନ୍ଦିର ଚାରିଦ୍ଵାର କରୋନା ପରଠାରୁ ଭକ୍ତଙ୍କ ପାଇଁ ଖୋଲୁନଥୁଲା ଚାରିଦ୍ଵାର । ଆଉ ଚାରିଦ୍ଵାର ଖୋଲିବାକୁ ସ୍ବାଗତ କରିଥିଲେ ଜଗନ୍ନାଥପ୍ରେମୀ ।
୪୬ ବର୍ଷ ପରେ ଖୋଲିଲା ରନ୍ଭଣ୍ଡାର :
ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବିଜେପି ସରକାରକୁ ଆସିଲା ପରେ ଖୋଲିଲା ରନ୍ଭଣ୍ଡାର । ଏଏସଆଇ ଟିମ୍ ଲେଜର ସ୍କାନିଂ ଦ୍ଵାରାରଭଣ୍ଡାରର କରିଛି ଯାଞ୍ଚ ।
ଭତ୍ତା : ୩୫୦୦
ପ୍ରତିଶ୍ରୁତି ମୁତାବକ ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା । ୫ ଲକ୍ଷରୁ ଅଧୂକ ହିତାଧୁକାରୀ ହେବେ ଉପକୃତ ପୂର୍ବରୁ ୮୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଳୁଥିଲା
୧୪୦୦ ଟଙ୍କା ଭତ୍ତା। ମୋହନ ସରକାର ଏଥିପାଇଁ ବାର୍ଷିକ ପ୍ରାୟ ୨,୦୬୬ କୋଟି କରିବେ ଖର୍ଚ୍ଚ ।
ଓଡ଼ିଆ ଅସ୍ମିତା :
ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷା ଭବନ ଓ ଅସ୍ତିତା ଭବନର ନିର୍ମାଣ ହେବ । ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ଅଫିସରଙ୍କୁ ଟ୍ରେନିଂ ଦିଆଯାଇଛି। ଅନେକ ସରକାରୀ ଚିଠି ଏବେ ଓଡ଼ିଆରେ ଆସୁଛି ମେଡ଼ିକାଲ, ଇଞ୍ଜିନିୟରିଂ, ଆଇନ ପାଠ୍ୟକ୍ରମ ଓଡ଼ିଆରେ ହେବ ପ୍ରଚଳନ ଏହା ଭିତରୁ କେଉଁ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବାଦ କରାଯିବ ସେନେଇ ହୋଇଛି କମିଟି ଗଠନ କମିଟିର ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବେ ସରକାର ।












Click it and Unblock the Notifications