ଶ୍ରୀମନ୍ଦିର ସେବାୟତଙ୍କୁ ୧୦ ହଜାର ଲେଖାଏଁ ସହାୟତା ପ୍ରଦାନ
କରୋନା ଯୁଦ୍ଧ ମଧ୍ୟରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବନ୍ଦ ଥିବାରୁ ଶ୍ରୀମନ୍ଦିର ସେବାୟତଙ୍କୁ ୧୦ ହଜାର ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ମୋଟ ୨୪୬୩ ସେବାୟତଙ୍କୁ ପ୍ରତ୍ୟେକ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି।
ପୁରୀ: କରୋନା ଯୁଦ୍ଧ ମଧ୍ୟରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବନ୍ଦ ଥିବାରୁ ଶ୍ରୀମନ୍ଦିର ସେବାୟତଙ୍କୁ ୧୦ ହଜାର ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ମୋଟ ୨୪୬୩ ସେବାୟତଙ୍କୁ ପ୍ରତ୍ୟେକ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି।

ମୋଟ ୨ କୋଟି ୪୬ ଲକ୍ଷ ୩୦ ହଜାର ପ୍ରଦାନ ନେଇ ନୀତି ପ୍ରଶାସକ ସୂଚନା ଦେଇଛନ୍ତି। କୋଭିଡ୍ -୧୯ ମୁକାବିଲା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ବନ୍ଦ ରହିଥିବାରୁ ସେବାୟତମାନଙ୍କ ଆର୍ଥିକ ଅବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି।
ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତଙ୍କୁ ଗତ ବର୍ଷ ମଧ୍ୟ ୧୦, ୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା। ଏହି ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯାଇଥିଲା। ମହାମାରୀ କରୋନା ଯୋଗଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି । ଯାହା ସେବାୟତମାନଙ୍କ ଆର୍ଥିକ ସ୍ଥିତକୁ ଦୁର୍ବଳ କରିଦେଇଛି । ଏଣୁ ଏହି ବିପତ୍ତି ସମୟରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି।












Click it and Unblock the Notifications