ଆଶାକର୍ମୀଙ୍କୁ ୧୦ ହଜାର ଟଙ୍କା ସହାୟତା , ମେ ୨୪ରୁ ଘର ଘର ବୁଲି କରିବେ ସର୍ଭେ
କରୋନା ମୁକାବିଲା ପାଇଁ ଆଶାକର୍ମୀଙ୍କୁ ସହାୟତା । ପ୍ରଭାବୀ କରୋନା ପରିଚାଳନା ଏବଂ ଅଣ-କୋଭିଡ୍ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଆଶାକର୍ମୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଶାକର୍ମୀଙ୍କୁ ସହାୟତା । ପ୍ରଭାବୀ କରୋନା ପରିଚାଳନା ଏବଂ ଅଣ-କୋଭିଡ୍ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଆଶାକର୍ମୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଗ୍ରାମାଞ୍ଚଳ ସହ ସହରାଞ୍ଚଳର ବସ୍ତିରେ ସେବା ଯୋଗାଉ ଥିବା ଆଶାକର୍ମୀ ଏହି ସହାୟତା ପାଇବେ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ, ପ୍ରତ୍ୟେକ ଆଶାକର୍ମୀଙ୍କୁ ଗୋଟିଏ ଥର ପାଇଁ ୧୦ ହଜାର ଟଙ୍କା 'ସ୍ୱାସ୍ଥ୍ୟ ସହାୟ' (ରାଜ୍ୟ ବଜେଟ୍)ରୁ ମିଳିବ । ଏହାଦ୍ୱାରା ଉତ୍ତମ କରୋନା ପରିଚାଳନା ସହ ଅଣ-କୋଭିଡ୍ ଚିକିତ୍ସା ସେବା ଭଲ ଭାବେ ଯୋଗାଯାଇ ପାରିବ ।
ଅନ୍ୟପଟେ ମେ ୨୪ରୁ ଅଗଷ୍ଟ ୨୩ ଯାଏଁ ୩ ମାସ ଧରି ରାଜ୍ୟରେ ଘରକୁ ଘର ବୁଲି ସର୍ଭେ କରିବେ ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ । କୋଭିଡ୍ ଲକ୍ଷଣ ସହ ଗମ୍ଭୀର ରୋଗରେ ଆକ୍ରାନ୍ତ ନେଇ ତଥ୍ୟ ସଂଗ୍ରହ କରାଯିବ । ଆଶାକର୍ମୀ ପ୍ରତିଦିନ ୨୦ଟି ଘର ବୁଲିବେ । ମାସକରେ ଅତିକମରେ ପ୍ରତି ପରିବାରକୁ ଦୁଇଥର ଯିବେ । ଏଥିପାଇଁ ଆଶାକର୍ମୀଙ୍କୁ ମାସିକ ୧ ହଜାର ଟଙ୍କା ଅତିରିକ୍ତ ମିଳିବ । ଏନସିଡି ସ୍କ୍ରିନିଂ ପାଇଁ ୫ ଶହ ଟଙ୍କା, ସକ୍ରିୟ ଯକ୍ଷ୍ମା ମାମଲା ଚିହ୍ନଟ ପାଇଁ ଶହେ ଟଙ୍କା, ମାଲେରିଆ ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ପ୍ରଥମ ୧୦ଟି ମାମଲା ପାଇଁ ମାସିକ ୧୫୦ ଟଙ୍କା ଓ ୧୦ରୁ ଅଧିକ ମାମଲା ପାଇଁ ୭୫ ଟଙ୍କା ମିଳିବ ।












Click it and Unblock the Notifications