ଭୟଙ୍କର ଅଗ୍ନିକାଣ୍ତରେ ଜଳିଗଲା ୧୦ ଦୋକାନ
Odisha News: କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା"ତାରିଣୀଙ୍କ ମନ୍ଦିର ନିକଟରେ ବଡ଼ ଅଘଟଣ । ନିଆଁ ଲାଗି ଜଳିଗଲା ୧୦ଟି ଭୋଗ ଦୋକାନ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଗତକାଲି ରାତିରେ ପ୍ରଥମେ ମନ୍ଦିରର ୨ ନମ୍ବର ଗେଟ୍ ନିକଟରେ ଥିବା ଏକ ଭୋଗ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା । ଯାହା ପରେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା ଫଳରେ ୧୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଥିଲା ।

ମନ୍ଦିର ନିକଟରେ ଭୟଙ୍କର ଅଗ୍ନିକାଣ୍ତ ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଯାହା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ହେଲେ ଅଗ୍ନିକାଣ୍ତରେ ଏତେ ଭୟଙ୍କର ଥିଲା ଯେ କ୍ଷଣିକ ମଧ୍ୟରେ ଲକ୍ଷାଧିକ ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।












Click it and Unblock the Notifications