ଉଡ଼ାନ ୪.୧ରେ ସାମିଲ୍ ହେବ ଓଡିଶାର ୧୦ଟି ନୂଆ ବିମାନପଥ
ଉଡ଼ାନ (ଉଡ଼େ ଦେଶ କି ଆମ ନାଗରିକ) ଯୋଜନାରେ ସାମିଲ୍ ହେବ ଓଡିଶାର ୧୦ଟି ନୂଆ ବିମାନପଥ।
ଭୁବନେଶ୍ୱର: ଉଡ଼ାନ (ଉଡ଼େ ଦେଶ କି ଆମ ନାଗରିକ) ଯୋଜନାରେ ସାମିଲ୍ ହେବ ଓଡିଶାର ୧୦ଟି ନୂଆ ବିମାନପଥ। ପୂର୍ବରୁ ବାତିଲ ହୋଇଥିବା ବିମାନପଥକୁ ଏହି ପ୍ରକ୍ରିୟାରେ ସାମିଲ୍ କରାଯିବ। ଭୁବନେଶ୍ୱର-ଅର୍ମଦାରୋଡ୍ ଓ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ବିମାନପଥକୁ ସାମିଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ତେଣୁ ଏହି ଦୁଇ ବିମାନପଥକୁ ଉଡ଼ାନ ୪.୧ରେ ସାମିଲ୍ କରାଯିବାର ସମ୍ଭାବନା ରହିଛି। ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ମିଳିଛି। ଏଥିରେ ଜୟପୁର-ବିଶାଖାପାଟଣା ଓ ବିଶାଖାପାଟଣା-ଜୟପୁର ଏଭଳି ୨ଟି ବିମାନପଥକୁ ସାମିଲ କରାଯାଇଥିବା ସୂଚନା ମିଳିଛି। ତେବେ ବହୁ ପ୍ରତିକ୍ଷୀତ ଜୟପୁର-ଭୁବନେଶ୍ବରକୁ ଏହି ଟେଣ୍ଡରରେ ସାମିଲ କରାଯାଇନି। ଏହା କେବେ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।












Click it and Unblock the Notifications