ଓଡ଼ିଶାରେ ଖୋଲିଲା ଆଉ ୧୦ଟି ଭର୍ଚୁଆଲ୍ କୋର୍ଟ

virtual court

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସ୍ତରରେ ଆଉ ୧୦ଟି ଭର୍ଚୁଆଲ୍ କୋର୍ଟ ଖୋଲା ଗଲା । ପ୍ରଥମ ପର୍ଯ୍ୟାୟରେ ସ୍ଥାପିତ ୧୦ଟି ଭର୍ଚୁଆଲ୍ କୋର୍ଟର ଉତ୍ସାହଜନକ ଫଳାଫଳ ପରେ ଓଡ଼ିଶା ହାଇକୋର୍ଟ ଫୁଲବାଣୀର ଆଙ୍ଗୁଲ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, କନ୍ଧମାଳ, ମୟୂରଭଞ୍ଜ, ନୟାଗଡ଼ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ଭର୍ଚୁଆଲ କୋର୍ଟ ସ୍ଥାପନ କରାଯାଇଛି ।

ସେହିପରି ରାଜ୍ୟର ୩୦ରୁ ୨୦ଟି ଜିଲ୍ଲରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଭର୍ଜୁଆଲ୍ କୋର୍ଟ କାର୍ଯ୍ୟ ଆରମ୍ଭ କରାଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଦ୍ୱିତୀୟ ପର୍ଯ୍ୟାୟ ଭର୍ଚୁଆଲ କୋର୍ଟର ଉଦଘାଟନ କରାଯାଇଛି । ଏହା ସହ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଏସ ମୁରଲିଧର କହିଛନ୍ତି ଯେ, ଖୁବ ଶୀଘ୍ର ଆଉ ୧୦ଟି ଜିଲ୍ଲାରେ ଭର୍ଚୁଆଲ୍ କୋର୍ଟର ସୁବିଧା ମିଳିବ ।

ଭର୍ଚୁଆଲ୍ କୋର୍ଟର ଉଦଘାଟନ ବେଳେ ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲିଧରଙ୍କ ସମେତ I.T. ଏବଂ A.I. ସମିତି ଓଡିଶାର ଆଡଭୋକେଟ୍ ଜେନେରାଲ୍, ନ୍ୟାୟିକ ଅଧିକାରୀ, ସରକାରୀ କର୍ମଚାରୀ, ୧୦ଟି ଜିଲ୍ଲାର ଓକିଲମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କୋର୍ଟର ଶୁଣାଣି ପାଇଁ ଭିଡିଓ କନଫରେନ୍ସିଂ ସୁବିଧା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କାରଣ ଦୂର ସ୍ଥାନରେ ଥିବା ଆଇନଜୀବୀ ଏବଂ ମକଦ୍ଦମାକାରୀଙ୍କୁ ଭର୍ଚୁଆଲ୍ ମୋଡରେ କୋର୍ଟରେ ହାଜର ହେବାରେ ସହଜ ହେବ । ଜିଲ୍ଲା କୋର୍ଟର ଓକିଲମାନେ ନିଜ ମାମଲା ଅନଲାଇନରେ ଦାଖଲ କରିବାକୁ ଏବଂ ଭର୍ଚୁଆଲ୍ ମୋଡରେ ହାଇକୋର୍ଟରେ ଶୁଣାଣିରେ ଅଂଶଗ୍ରହଣ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+