Get Updates
Get notified of breaking news, exclusive insights, and must-see stories!

ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍: ଟିହ୍ନଟ ହେଲେ ଆଉ ୧୦ ପଜିଟିଭ୍

ସୁନ୍ଦରଗଡ଼: କାୟା ମେଲାଉଛି ସ୍କ୍ରବ୍ ଟାଇଫସ୍ । ସୁନ୍ଦରଗଡ଼ରେ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ସଂଖ୍ୟା । ଆଉ ୧୦ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଚିହ୍ନଟ । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୨୨୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

Scrub Typhus _ Sundargarh

ଏହି ରୋଗ କୀଟ ଦଂଶନରୁ ହୋଇଥାଏ । ଯେଉଁଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ସୃଷ୍ଟି କରାଯାଉଛି । ଜଙ୍ଗଲର ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଔଷଧ, ଟେଷ୍ଟିଂ ବ୍ୟବସ୍ଥା ମଧ୍ୟ କରାଯାଉଛି ।

ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍‌ସ ସଂକ୍ରମଣ ଦେଖିବାକୁ ମିଳିଥାଏ । ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ଟିଙ୍କ ଜାତୀୟ ଏହି ଅତି କ୍ଷୁଦ୍ର କୀଟ ସର୍ବସାଧାରଣ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଛି ।

ସୂଚନାଥାଉ ଯେ,ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫସ୍ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ ।

ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଙ୍ଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଯାଇଛି । ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଜଣେ ଯୁଗ୍ମ ନିର୍ଦ୍ଦେଶକ ଓ ଜଣେ ମହାମାରୀ ବିଶେଷଜ୍ଞଙ୍କୁ ମଧ୍ୟ ଉଭୟ ସୁନ୍ଦରଗଡ ଓ ବରଗଡ ଜିଲ୍ଲାକୁ ପଠାଯାଇଛି ।

ତେବେ ସୁନ୍ଦରଗଡ଼ ଜିଲ୍ଲାରେ ଗତ ଜାନୁଆରୀରୁ ଏପର୍ଯ୍ୟନ୍ତ ଏହି ରୋଗରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ନେଇ ବିଭାଗ ସୂଚନା ଦେଇଛି । ଜିଲ୍ଲାର ସଦର ବ୍ଲକ ମଝାପଡ଼ା ଓ ବାଲିସଙ୍କରା କ୍ଲବରୁ ଅଧିକ ରୋଗୀ ଚିହ୍ନଟ କରାଯାଇଥିବା ନେଇ ସୂଚନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+