ହୀରାକୁଦର ପର୍ଯ୍ୟାୟ କ୍ରମେ ଖୋଲିଲା ୧୦ଟି ଗେଟ୍: ରାତି ୯ଟା ସୁଦ୍ଧା ଖୋଲିବ ଆଉ ୪ଟି ଗେଟ୍
ହୀରାକୁଦ ଡ୍ୟାମରେ ଜଳସ୍ତର ବଢୁଥିବା ବେଳେ ପର୍ଯ୍ୟାୟ କ୍ରମେ ୧୪ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସଂଧ୍ୟା ସମୟରେ ଆଉ ୫-୫ଟି କରି ପର୍ଯ୍ୟାୟ କ୍ରମେ ୧୦ଟି ଗେଟ୍ ଖୋଲାଯାଇଛି ।
ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର । ଏଥିପାଇଁ ହୀରାକୁଦ ଡ୍ୟାମରେ ଜଳସ୍ତର ବଢୁଥିବା ବେଳେ ପର୍ଯ୍ୟାୟ କ୍ରମେ ୧୪ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସଂଧ୍ୟା ସମୟରେ ଆଉ ୫-୫ଟି କରି ପର୍ଯ୍ୟାୟ କ୍ରମେ ୧୦ଟି ଗେଟ୍ ଖୋଲାଯାଇଛି । ତେବେ ବର୍ତ୍ତମାନ ୩୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ରାତି ୯ଟା ସୁଦ୍ଧା ଆଉ ୪ଟି ଗେଟ୍ ଖୋଲିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି । ତେବେ ଏହିଭଳି ଭାବେ ମୋଟ ୪୦ଟି ଗେଟ୍ ଖୋଲିବ ।

ଗତକାଲିଠୁ ହୀରାକୁଦରେ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ପାରେ ଆଜି ସକାଳେ ଖୋଲିଛି ଆଉ ୫ଟି ଗେଟ୍ । ଏବେ ସଂନ୍ଧ୍ୟାରେ ଆଉ ୫ଟି ଗେଟ୍ ଖୋଲିବା ପରେ ବର୍ତ୍ତମାନ ୩୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଡ୍ୟାମରେ ୬୨୬ଫୁଟ ଟପିଛି ଜଳସ୍ତର । ସୁଦ୍ଧା ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ଆସୁଥିବା ବେଳେ ଛଡ଼ାଯାଉଛି ୪ ଲକ୍ଷ ୩୪ ହଜାର ୮ କ୍ୟୁସିକ୍ ଜଳ । ନଦୀ ଉଛୁଳୁଥିବାରୁ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଦୁଇ ତିନିଦିନ ବର୍ଷା ନଥିବାରୁ ଜଳଭଣ୍ଡାର ପାଣି ଛାଡିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ହେଉଛି । ୪୦ ଗେଟ୍ ଖୋଲିଲେ ବିଶେଷ ଅସୁବିଧା ହେବନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ସେପଟେ ଆସନ୍ତା ୪୮ ଘଣ୍ଟା ବନ୍ୟା ସ୍ଥିତି ଉପରେ ନଜର ରଖାଯିବ ବୋଲି କହିଛନ୍ତି ଏସଆରସି । ଆବଶ୍ୟକ ଅନୁସାରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧାଖାଦ୍ୟ ଦେବାକୁ କୁହାଯାଇଛି । ଆବଶ୍ୟକ ଅନୁସାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଆଶଙ୍କାକୁ ଦେଖି କର୍ମଚାରୀଙ୍କ ଛୁଟି ବାତିଲ କରିବେ ଜିଲ୍ଲାପାଳ ।












Click it and Unblock the Notifications