ଆହୁରି 10 ଲକ୍ଷ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ; ଶୀଘ୍ର ଆରମ୍ଭ ହେବ କେୱାଇସି ପ୍ରକ୍ରିୟା
ରାସନ କାର୍ଡ ଲାଗି ୯ ଲକ୍ଷ ୯୧ ହଜାର ୯୨୯ ଆବେଦନ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର। ରାସନ କାର୍ଡ ଲାଗି ଆସିଥିବା ଆବେଦନ ଗୁଡ଼ିକର ତର୍ଜମା ଚାଲିଛି । 'ଆଧାର ଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରାଯିବ । ଯାଞ୍ଚ ପରେ ଯୋଗ୍ୟ ପରିବାରକୁ ଦିଆଯିବ ନୂଆ ରାସନ କାର୍ଡ।
ପଞ୍ଚାୟତୱାରୀ ଏହାର ତଥ୍ୟ ପ୍ରଦାନ କରିଛନ୍ତି । ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୩,୨୫,୯୩,୮୭୫ ଜଣଙ୍କୁ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦,୦୨,୧୪୪ ଜଣ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି ।

ରାଜ୍ୟରେ ମୋଟ ୯ ଲକ୍ଷ ୯୧ହଜାର ୯୨୯ ଆବେଦନକାରୀ ରାସନକାର୍ଡ ପାଇବା ପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ ଏହି ସବୁ ଆବେଦନପତ୍ରଗୁଡିକର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଯାଞ୍ଚ କରାଯିବାକୁ ପଦକ୍ଷେପ ନିଆଯାଉଛି । ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ ଦିଆଯିବ ।
ରାଜ୍ୟରେ ଯୋଗାଣ ବିଭାଗ ଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାରେ କେତେ ହିତାଧିକାରୀଙ୍କୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ଓ କେତେ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ଦେବାକୁ ଚିହ୍ନଟ କରାଯାଇଛି ତାହାର ବିବରଣୀ ମାଗିଥିଲେ । ଗୃହରେ ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଡାବୁ ଗାଁ ବିଧାୟକ ମନୋହର ରନ୍ଧାରୀ ।












Click it and Unblock the Notifications