For Quick Alerts
Turn On Notification  
For Daily Alerts
Oneindia App Download

ଗଛ କୋରଡରୁ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମରୁ ୧୦ ଫୁଟ୍ ଲମ୍ବା ବିଶିଷ୍ଟ ଏକ ବିରାଟକାୟ ଅଜଗର ସାପକୁ ଉଦ୍ଧାର କରାଯାଇଛି ।

|

ଗଞ୍ଜାମ: ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମ ଭାଗବତ ଗାଦି ପରିସରରେ ରହିଥିବା ଏକ ବରଗଛ କୋରଡରୁ ରବିବାର ମଧ୍ୟାହ୍ନରେ ୧୦ ଫୁଟ୍ ଲମ୍ବା ବିଶିଷ୍ଟ ଏକ ବିରାଟକାୟ ଅଜଗର ସାପକୁ ଉଦ୍ଧାର କରାଯାଇଛି ।

snake

ଖବରନୁଯାୟୀ , ବ୍ଲକ ଅଧିନସ୍ଥ ଉକ୍ତ ଗ୍ରାମର ଭାଗବତ ଗାଦି ପରିସରରେ ଥିବା ବରଗଛ କୋରଡରେ ଦୀର୍ଘଦିନ ଧରି ଅଜଗର ସାପଟି ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ତେବେ ଗଛ କୋରଡ ଭିତରୁ ବିରାଟକାୟ ସାପକୁ ଧରିବା ପାଇଁ କାହା ପକ୍ଷେ ସାହାସ ଜୁଟୁ ନଥିବା ଗ୍ରାମବାସୀ କହିଛନ୍ତି । ରବିବାର ଦିନ ସାପଟି ଖାଦ୍ୟ ଅନ୍ୱେଷଣରେ ଗଛ କୋରଡ ବାହାରକୁ ଆସିଥିବା ବେଳେ ଗ୍ରାମର କିଛି ଯୁବକ ଓ ପିପୁଲ୍ ଫର୍ ଆନିମଲ୍ସ ସଦସ୍ୟ ଶୁଭମ୍ କୁମାର ସାହୁ ଓ ଶ୍ରୀକାନ୍ତ ସାହୁଙ୍କ ମିଳିତ ସହଯୋଗରେ କୋରଡ ଭିତରୁ ସାପଟିକୁ ସତର୍କତାର ସହ ଉଦ୍ଧାର କରଯାଇଥିବା ଜଣାପଡ଼ିଛି ।

ତେବେ ସାପଟି ପୁରୁଷ ପ୍ରଜାତିର ରହିଥିବା ବେଳେ ଓଜନ ୩୨ କେଜି ଏବଂ ବୟସ ୬ ବର୍ଷ ବୋଲି ସୂଚନା ମିଳିପାରିଛି । ସାପଟିକୁ ଉଦ୍ଧାର ପରେ ନିକଟସ୍ଥ ରତନେଇ ଜଙ୍ଗଲ ମଧ୍ୟରେ ଛଡାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
10-foot-long snake was rescued from a tree bark
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X