Get Updates
Get notified of breaking news, exclusive insights, and must-see stories!

ଗଛ କୋରଡରୁ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମରୁ ୧୦ ଫୁଟ୍ ଲମ୍ବା ବିଶିଷ୍ଟ ଏକ ବିରାଟକାୟ ଅଜଗର ସାପକୁ ଉଦ୍ଧାର କରାଯାଇଛି ।

ଗଞ୍ଜାମ: ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମ ଭାଗବତ ଗାଦି ପରିସରରେ ରହିଥିବା ଏକ ବରଗଛ କୋରଡରୁ ରବିବାର ମଧ୍ୟାହ୍ନରେ ୧୦ ଫୁଟ୍ ଲମ୍ବା ବିଶିଷ୍ଟ ଏକ ବିରାଟକାୟ ଅଜଗର ସାପକୁ ଉଦ୍ଧାର କରାଯାଇଛି ।

snake

ଖବରନୁଯାୟୀ , ବ୍ଲକ ଅଧିନସ୍ଥ ଉକ୍ତ ଗ୍ରାମର ଭାଗବତ ଗାଦି ପରିସରରେ ଥିବା ବରଗଛ କୋରଡରେ ଦୀର୍ଘଦିନ ଧରି ଅଜଗର ସାପଟି ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ତେବେ ଗଛ କୋରଡ ଭିତରୁ ବିରାଟକାୟ ସାପକୁ ଧରିବା ପାଇଁ କାହା ପକ୍ଷେ ସାହାସ ଜୁଟୁ ନଥିବା ଗ୍ରାମବାସୀ କହିଛନ୍ତି । ରବିବାର ଦିନ ସାପଟି ଖାଦ୍ୟ ଅନ୍ୱେଷଣରେ ଗଛ କୋରଡ ବାହାରକୁ ଆସିଥିବା ବେଳେ ଗ୍ରାମର କିଛି ଯୁବକ ଓ ପିପୁଲ୍ ଫର୍ ଆନିମଲ୍ସ ସଦସ୍ୟ ଶୁଭମ୍ କୁମାର ସାହୁ ଓ ଶ୍ରୀକାନ୍ତ ସାହୁଙ୍କ ମିଳିତ ସହଯୋଗରେ କୋରଡ ଭିତରୁ ସାପଟିକୁ ସତର୍କତାର ସହ ଉଦ୍ଧାର କରଯାଇଥିବା ଜଣାପଡ଼ିଛି ।

ତେବେ ସାପଟି ପୁରୁଷ ପ୍ରଜାତିର ରହିଥିବା ବେଳେ ଓଜନ ୩୨ କେଜି ଏବଂ ବୟସ ୬ ବର୍ଷ ବୋଲି ସୂଚନା ମିଳିପାରିଛି । ସାପଟିକୁ ଉଦ୍ଧାର ପରେ ନିକଟସ୍ଥ ରତନେଇ ଜଙ୍ଗଲ ମଧ୍ୟରେ ଛଡାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+