Get Updates
Get notified of breaking news, exclusive insights, and must-see stories!

ଆଜି ୧୦ ଜିଲ୍ଲା ଦେବେ କ୍ଷୟକ୍ଷତି ରିପୋର୍ଟ

Odisha Flood 2022:ଆଜି ୧୦ ଜିଲ୍ଲା ଦେବେ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର: ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଜି ରିପୋର୍ଟ ଦାଖଲର ଶେଷ ଦିନ । ଆଜି ରାଜ୍ୟର ୧୦ଟି ଜିଲ୍ଲା ଦେବ କ୍ଷୟକ୍ଷତିର ରିପୋର୍ଟ । ଚଳିତ ବର୍ଷ କେତେ ଘର ଭାଙ୍ଗିଛି କେତେ ଚାଷ ଜମି ନଷ୍ଟ ହୋଇଛି କେତେ ଫସଲ ନଷ୍ଟ ହୋଇଛି ? ଏନେଇ ଆଜି ରାଜସ୍ବ ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବେ ଜିଲ୍ଲା ପ୍ରଶାସନ ।

ODISHA FLOOD

ସୂଚନା ଅନୁସାରେ ଚଳିତ ବର୍ଷ ବନ୍ୟାରେ ରାଜ୍ୟର ୧୦ ଜିଲ୍ଲା ପ୍ରଭାବିତ ହୋଇଛି । ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ୫ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ତାରେ ରହିଥିଲେ । ଫସଲ କ୍ଷୟକ୍ଷତି ରିପୋର୍ଟ ଆଜି ଅର୍ଥାତ୍ ୨୭ ତାରିଖ ସୁଦ୍ଧା ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ପରି ମତ୍ସ୍ୟ ଓ ପ୍ରାଣୀଧନ ସୁରକ୍ଷା ବିଭାଗକୁ ମଧ୍ୟ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ହିଁ କ୍ଷୟକ୍ଷତିକୁ ଆକଳନ କରି ତୁରନ୍ତ ରିଲିଫ କୋଡ୍ ଅନୁସାରେ ସହାୟତା ରାଶି ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ପାଣି ଛାଡ଼ିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

2

ତେବେ ଚଳିତ ବର୍ଷ ବନ୍ୟାରେ ବାଲେଶ୍ବର ଜିଲ୍ଲାର ୬ଟି ବ୍ଲକରେ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି । ସୁବର୍ଣ୍ଣରେଖା, ଜଳକା ଓ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପାଇଁ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ବର, ବାଲେଶ୍ବର ସଦର, ରେମୁଣା ବ୍ଲକର ୧୧୦ଟି ପଞ୍ଚାୟତର ୩୫୩ ଗାଁ ଓ ଜଳେଶ୍ବର ପୌରାଞ୍ଚଳର ୧୭ଟି ୱାର୍ଡର ୨୧୦୨୩୫ ଲୋକ ପ୍ରଭାବିତ ହୋଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+