ଆଜିଠୁ ଆରମ୍ଭ ହେଲା ୧୦ ଦିନିଆ ସ୍ପେସାଲ ଡ୍ରାଇଭ, ଅମାନିଆଙ୍କୁ ସାବାଡ କରିବ ପୋଲିସ
ପୋଲିସ ଡିଜ ଅଭୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ଜିଲ୍ଲା ଆରମ୍ଭ ହୋଇଯାଇଛି ୧୦ ଦିନିଆ ସ୍ପେସାଲ ଡ୍ରାଇଭ ଅଭିଯାନ ।
ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକରେ ଆସିଥିବା ୧୦ ଦିନିଆ ସ୍ପେସାଲ ଡ୍ରାଇଭକୁ ଆଜିଠୁ କାର୍ଯ୍ୟକାରୀ କରିଛି ଓଡିଶା ପୋଲିସ । ପୋଲିସ ଡିଜ ଅଭୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ଜିଲ୍ଲା ଆରମ୍ଭ ହୋଇଯାଇଛି ୧୦ ଦିନିଆ ସ୍ପେସାଲ ଡ୍ରାଇଭ ଅଭିଯାନ ।

ଜନସାଧାରଣ ସ୍ଥାନ ଗୁଡିକର ପୋଲିସ କର୍ମଚାରୀମାନେ ପ୍ରହରା ଦେବା ସହିତ ଲୋକଙ୍କୁ ମାକ୍ସ ପିନ୍ଧିବା ଓ କୋଭିଡ ଗାଇଡଲାଇନ ମାନି ପାଇଁ ସଚେତନ କରାଉଛନ୍ତି । ତେବେ ନିୟମ ଉଲ୍ଲଙ୍ଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ସଂକ୍ରମଣ ହ୍ରାସ କରିବାକୁ ଏଣିକି କଡ଼ାକଡ଼ି ହେବ କୋଭିଡ୍ ନିୟମ ।
ସେପଟେ ବାରମ୍ବାର ହାତଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ମାନିବାକୁ ଲୋକଙ୍କୁ ସଚେତନ କରାଇବ ସୂଚନା ଓ ପ୍ରସାରଣ ବିଭାଗ । ସେହିଭଳି ଛତିଶଗଡ଼ ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
ଏହା ଛଡ଼ା ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟକ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଲ୍ୟାବ୍ ଟେକ୍ନିସିଆନ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ୍ ସୁବିଧା ଥାଇ ଯଥେଷ୍ଟ ଆମ୍ବୁଲାନ୍ସ୍ ଯୋଗାଇଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି କରୋନା ସଂକ୍ରମଣକୁ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ବିଏମସି ତରଫରୁ କରୋନା ପାଇଁ ଅନେକଗୁଡିଏ ପଦକ୍ଷେପ ନିଆଯାଉଛି । ହଷ୍ଟେଲ, ସ୍କୁଲ, ମଲ୍ ରେ ପ୍ରତିଦିନ ଏନଫୋର୍ସମେଣ୍ଟ ଜାରି ରହିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications