For Quick Alerts
Turn On Notification  
For Daily Alerts
Oneindia App Download

ଆଜିଠୁ ଆରମ୍ଭ ହେଲା ୧୦ ଦିନିଆ ସ୍ପେସାଲ ଡ୍ରାଇଭ, ଅମାନିଆଙ୍କୁ ସାବାଡ କରିବ ପୋଲିସ

ପୋଲିସ ଡିଜ ଅଭୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ଜିଲ୍ଲା ଆରମ୍ଭ ହୋଇଯାଇଛି ୧୦ ଦିନିଆ ସ୍ପେସାଲ ଡ୍ରାଇଭ ଅଭିଯାନ ।

|

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକରେ ଆସିଥିବା ୧୦ ଦିନିଆ ସ୍ପେସାଲ ଡ୍ରାଇଭକୁ ଆଜିଠୁ କାର୍ଯ୍ୟକାରୀ କରିଛି ଓଡିଶା ପୋଲିସ । ପୋଲିସ ଡିଜ ଅଭୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ଜିଲ୍ଲା ଆରମ୍ଭ ହୋଇଯାଇଛି ୧୦ ଦିନିଆ ସ୍ପେସାଲ ଡ୍ରାଇଭ ଅଭିଯାନ ।

special drive

ଜନସାଧାରଣ ସ୍ଥାନ ଗୁଡିକର ପୋଲିସ କର୍ମଚାରୀମାନେ ପ୍ରହରା ଦେବା ସହିତ ଲୋକଙ୍କୁ ମାକ୍ସ ପିନ୍ଧିବା ଓ କୋଭିଡ ଗାଇଡଲାଇନ ମାନି ପାଇଁ ସଚେତନ କରାଉଛନ୍ତି । ତେବେ ନିୟମ ଉଲ୍ଲଙ୍ଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ସଂକ୍ରମଣ ହ୍ରାସ କରିବାକୁ ଏଣିକି କଡ଼ାକଡ଼ି ହେବ କୋଭିଡ୍ ନିୟମ ।

ସେପଟେ ବାରମ୍ବାର ହାତଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ମାନିବାକୁ ଲୋକଙ୍କୁ ସଚେତନ କରାଇବ ସୂଚନା ଓ ପ୍ରସାରଣ ବିଭାଗ । ସେହିଭଳି ଛତିଶଗଡ଼ ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ଏହା ଛଡ଼ା ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟକ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଲ୍ୟାବ୍ ଟେକ୍ନିସିଆନ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ୍ ସୁବିଧା ଥାଇ ଯଥେଷ୍ଟ ଆମ୍ବୁଲାନ୍ସ୍ ଯୋଗାଇଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କରୋନା ସଂକ୍ରମଣକୁ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ବିଏମସି ତରଫରୁ କରୋନା ପାଇଁ ଅନେକଗୁଡିଏ ପଦକ୍ଷେପ ନିଆଯାଉଛି । ହଷ୍ଟେଲ, ସ୍କୁଲ, ମଲ୍ ରେ ପ୍ରତିଦିନ ଏନଫୋର୍ସମେଣ୍ଟ ଜାରି ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
10-day special drive started today in odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X