ଜଳିଗଲା ୧୦ ଏକର ଜମିର ଧାନ ଫସଲ
Padmapur News: ନିଆଁରେ ଜଳିଗଲା ୧୦ ଏକର ଚାଷ ଜମିର ଧାନ ଫସଲ । ଏପରି ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି । ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବିରଜାମ୍ ଗାଁର ଚାଷୀ ନିର ମେହେରଙ୍କ ବର୍ଷକର ଫସଲ ନିଆଁରେ ଜଳି ପୋଡି ପାଉଁଶ ହୋଇଯାଇଛି ।

ସୂଚନା ଅନୁସାରେ, ଧାନ ଅମଳ ହେବା ପରେ ଖଳାକୁ ନିଆଁ ଯାଇଥିଲା । ଏହି ସମୟରେ କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲାଗାଇ ଦେଇଥିଲେ ରାତିରେ ଧାନ ଗଜା ହୁତୁହୁତୁ ହୋଇ ଜଳିଯାଇଥିବା ନେଇ ଗ୍ରାମବାସୀ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ହେଲେ ନିଆଁ ଏତେ ଭୟଙ୍କର ଥିଲା ଯେ ସବୁ ଧାନ ଜଳି ପୋଡି ପାଉଁଶ ହୋଇଯାଇଥିଲା ।












Click it and Unblock the Notifications